ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଏହି ଅଧିବେଶନ ୩୨ ଦିନ ଧରି ଚାଲିବ। ଅଗଷ୍ଟ ୨୧ରେ ସରିବ। ତେବେ ଅଧିବେଶନ ଆରମ୍ଭରୁ ବିରୋଧୀ ହଙ୍ଗାମା କରିଛନ୍ତି। ଏହାକୁ ନେଇ ଲୋକସଭାକୁ ୧୨ ଟା ଯାଏ ସ୍ଥଗିତ କରିଦିଆଯାଇଥିଲା। ଅଧିବେଶନ ଆରମ୍ଭରୁ ପହଲଗାଁଓ ଆତଙ୍କି ଆକ୍ରମଣ ଓ ଅହମଦାବାଦ ବିମାନ କ୍ରାସରେ ମୃତକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହା ପରେ ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ହଙ୍ଗାମା କରିଥିଲେ ବିରୋଧୀ ଦଳ। ବାଚସ୍ପତି ଓମ୍ ବିର୍ଲା ଅପିଲ୍ କରିଥିଲେ, ସହଯୋଗ ଓ ରଚନାତ୍ମକ ତର୍କର ଆହ୍ୱାନ ହେଉ। ଅଧିବେଶନ ଆରମ୍ଭର ଅବ୍ୟବହିତ ଆଗରୁ ପ୍ରଧାନମନ୍ତ୍ରୀ ମୋଦି ସମ୍ୱୋଧିତ କରି କହିଥିଲେ ଯେ, ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କ ଠିକଣାକୁ ୨୨ ମିନିଟ୍ ଭିତରେ ଧ୍ୱସ୍ତ କରିଦିଆଗଲା। ମେଡ୍ ଇନ ଇଣ୍ଡିଆ ସୈନ୍ୟଶକ୍ତିର ନୂଆ ସ୍ୱରୂପ ଦୁନିଆ ଆଡ଼କୁ ଆକର୍ଷିତ କରୁଛି। ମୌସୁମୀ ଅଧିବେଶନ ନୂଆ ପ୍ରବର୍ତ୍ତନ ଓ ନୂଆ ସୃଜନର ପ୍ରତୀକ ଅଟେ ବୋଲି କହିଛନ୍ତି ମୋଦି। ଚାଷୀଙ୍କ ପାଇଁ ଚଳିତ ମୌସୁମୀ ଲାଭଜନକ ସାଜିବ। ଭଲ ବର୍ଷା ଚାଷୀଙ୍କ ଅର୍ଥବ୍ୟବସ୍ଥା, ଦେଶର ଅର୍ଥବ୍ୟବସ୍ଥା, ଗ୍ରାମୀଣ ଅର୍ଥବ୍ୟବସ୍ଥା ଓ ସର୍ବୋପରି ସବୁ ପରିବାରକୁ ଅର୍ଥବ୍ୟବସ୍ଥା ଲାଗି ମହତ୍ତ୍ୱପୂର୍ଣ୍ଣ ଅଟେ। ମୌସୁମୀ ଅଧିବେଶନର ବିଜୟ ଉତ୍ସବର ସମୟ ଅଟେ। ଗୌରବପୂର୍ଣ୍ଣ ଅଧିବେଶନ ଅଟେ। ଅନ୍ତରୀକ୍ଷରେ ତ୍ରିରଙ୍ଗା ଉଡ଼ାଇବା ଗର୍ବର କଥା ଅଟେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now