ରାକାଂପା ନେତା ଅଜିତ ପୱାର ସମେତ ୯ ଜଣଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଆବେଦନ

Spread the love

ମୁମ୍ବାଇ : ଶରଦ ପୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ରାକାଂପା) ନେତା ରବିବାର ଦିନ ତମାମ ବିଭିନ୍ନ ଘଟଣାକ୍ରମ ପରେ ବିଳମ୍ବିତ ରାତିରେ ବିଧାନସଭା ଅଧ୍ୟକ୍ଷ ରାହୁଲ ନାର୍ବେକରଙ୍କ ବାସଭବନରେ ପହଂଚିଥିଲେ । ରାକାଂପାର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ସହିତ ୯ ଜଣ ବିଧାୟକଙ୍କ ସଦସ୍ୟତାକୁ ଅଯୋଗ୍ୟ ଦର୍ଶାଇବାକୁ ଦାବି କରି ଏକ ଆବେଦନ ଦାଖଲ କରିଥିଲେ ।

ଏହି ଆବେଦନରେ ଅଜିତଙ୍କ ସହିତ ୮ ଅନ୍ୟ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରାଯାଇଛି । ରାକାଂପା ନେତା ଜିତେନ୍ଦ୍ର ଆହ୍ଵାଡ ଏହି ଆବେଦନ ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *