କର୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ଦଳକୁ ଜଣାଇଲେ ଅଭିନନ୍ଦନ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପାଇଁ କଂଗ୍ରେସ ଦଳକୁ ଏବଂ କର୍ଣାଟକର ଜନସାଧରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ କର୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପାଇଁ କଂଗ୍ରେସ ଦଳକୁ ଅଭିନନ୍ଦନ । ଲୋକ ମାନଙ୍କର ଆକାଂକ୍ଷାକୁ ପୂରଣ କରିବାକୁ ମୋର ଶୁଭକାମନା ।

ପ୍ରଧାନମନ୍ତ୍ରୀ ମୋଦୀ କର୍ଣାଟକରେ ବିଜେପିକୁ ସମର୍ଥନ କରିଥିବା କର୍ଣାଟକ ଜନସାଧରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ବିଜେପି କାର୍ଯ୍ୟକର୍ତା ମାନଙ୍କର କଠିନ ପରିଶ୍ରମକୁ ମୁଁ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଆନେ ଆହୁରି ଜୋରରେ କର୍ଣାଟକର ସେବା କରିବୁ ବୋଲି ସେ ଟ୍ୱିଟ କରି କହିଛନ୍ତି ।

Leave a Reply

Your email address will not be published. Required fields are marked *