ବିଧାୟକଙ୍କ ସହ ବିବାଦ ଭାରି ପଡ଼ିଲା- ଲମ୍ୱା ଛୁଟିରେ ଚାଲିଗଲେ ଏସ୍‌ପି

ବିଧାୟକଙ୍କ ସହ ବିବାଦ ମହଙ୍ଗା ପଡିଲା। ଲମ୍ୱା ଛୁଟିରେ ଚାଲିଗଲେ ଏସପି। ସୋଲାନ ଏସପି ଇଲମା ଅଫରୋଜ ନଭେମ୍ୱର ୬ରୁ ଅଚାନକ ଲମ୍ୱା ଛୁଟିରେ ଚାଲିଯାଇଛନ୍ତି। ଦୁନର ବିଧାୟକ ରାମ କୁମାର ଚୌଧୁରୀଙ୍କ ସହ ଅପଡ଼ରୁ ଏସପି ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ହିମାଚଳପ୍ରଦେଶର ସୋଲାନ ଏସପି କାହିଁକି ଏଭଳି ନିଷ୍ପତ୍ତି ନେଲେ ସବୁଠି ଚର୍ଚ୍ଚା। ୭ ଓ ୮ରେ ସିମଲାରେ ହେବାକୁ ଥିବା ଦୁଇ ଦିନିଆ ଅଫିସର ସମ୍ମିଳନୀର ପ୍ରସ୍ତୁତି ତଦାରଖ ଦାୟିତ୍ୱରେ ଥିଲେ ଇଲମା। କିନ୍ତୁ ସିମଲାରୁ ଫେରି ୬ ତାରିଖ ରାତିରୁ ହିଁ ନିଜ ମାଆଙ୍କ ସହ ଲମ୍ୱା ଛୁଟିରେ ମୁରାଦାବାଦ ପଳାଇଛନ୍ତି। ବିଳମ୍ୱିତ ରାତିରେ ସରକାରୀ ବାସଭବନରୁ ନିଜର ସମସ୍ତ ସାମଗ୍ରୀ ଧରି ଘରକୁ ପଳାଇଲେ ଇଲମା। ଇଲମା ଛୁଟିରେ ଚାଲିଯିବାରୁ ଏସପି ଭାବେ ବିନୋଦ କୁମାରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର। କୁହାଯାଉଛି, ଅଗଷ୍ଟ ୧୫ରେ ବିଧାୟକ ରାମକୁମାର ମୁଖ୍ୟ ଅତିଥି ଥିଲେ। କିନ୍ତୁ ଉତ୍ସବକୁ ଏସପି ନ ଯିବାରୁ ବିଧାୟକ ଅସନ୍ତୁଷ୍ଟ ଥିଲେ। ଏହା ପରେ ଉଦ୍ୟୋଗ ମନ୍ତ୍ରୀ ଏସପି ଅଫିସ ଗସ୍ତ ବେଳେ ସାଙ୍ଗରେ ଯାଇନଥିଲେ ବିଧାୟକ। ବିଧାୟକଙ୍କ ପରିବାର ବେଆଇନ ଖଣି ଖନନରେ ଲିପ୍ତ ଥିବାରୁ ଚାଲାଣ କାଟିଥିଲେ ଏସପି। ଏହାକୁ ନେଇ ବିଧାନସଭାରେ ଏସପିଙ୍କ ବିରୁଦ୍ଧରେ ଗମ୍ଭୀର ଆରୋପ ଲଦିଥିଲେ ବିଧାୟକ। ସ୍ୱାଧୀକାର ଭଙ୍ଗ ହୋଇଛି କହି ବାଚସ୍ପତିଙ୍କୁ ଅଭିଯୋଗ କରିଥିଲେ ବିଧାୟକ ରାମକୁମାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *