5 ବର୍ଷରେ ମରିଛନ୍ତି 34ଟି କଲରା ପତରିଆ ବାଘ ଓ ୩ ଟି ମହାବଳ । ସେଥିରୁ 17 ଟି ବାଘ ଶିକାର ଦ୍ୱାରା ମୃତ୍ୟୁ ବରଣ କରିଛନ୍ତି । ବିଦ୍ୟୁତ୍ ଆଘାତ ଦ୍ଵାରା 3ଟି ଏବଂ ରେଳ ଦୁର୍ଘଟଣା ଦ୍ଵାରା ଗୋଟିଏ ବାଘର ମୃତ୍ୟୁ ହୋଇଛି । ରାସ୍ତା ଦୁର୍ଘଟଣା ଦ୍ୱାରା 3, ରୋଗ ଦ୍ୱାରା 3, ପ୍ରାକୃତିକ ଭାବେ 4 ଗୋଟି ମହାବଳ ବାଘ ମୃତ୍ୟୁ ବରଣ କରିଛନ୍ତି । ସେଥି ମଧ୍ୟରୁ ଶିକାର ଦ୍ୱାରା 1, ନିଜ ଭିତରେ କଳହ ପାଇଁ 1 ଏବଂ 1 ଗୋଟି ବାଘର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେହିପରି All odisha Tiger Estimation Report ତଥ୍ୟ ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ମହାବଳ ବାଘ 30 ଗୋଟି ଏବଂ All Odisha Leopard estimation report, 2024 ତଥ୍ୟ ଅନୁସାରେ 696 ଗୋଟି କଲରା ପତରିଆ ବାଘ ଅଛନ୍ତି । ବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଏଭଳି ତଥ୍ୟ ଦେଇଛନ୍ତି ।|
Naxatra News is now on Whatsapp
Join and get latest news update delivered to you via whatsapp
Join Now