ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମର ଅବଦୁଲ୍ଲା

ଆସନ୍ତା ୧୪ ତାରିଖରେ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଓମର ଅବଦୁଲ୍ଲା ଶପଥ ଗ୍ରହଣ କରିବେ । ଆଜି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଓମର ସାକ୍ଷାତ କରିବା ସହ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି ।ଏହି କ୍ରମରେ ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଡ. ଫାରୁକ ଅବଦୁଲ୍ଲାଙ୍କ ପତ୍ର ଓମର ଏଲଜିଙ୍କୁ ପ୍ରଦାନ କରିଛନ୍ତି । ଓମରଙ୍କୁ ଜମ୍ମୁ କଶ୍ମୀରର ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିବା ନେଇ ସେଥିରେ ଉଲ୍ଲେଖ ଅଛି । କଂଗ୍ରେସ, ସିପିଆଇ(ଏମ), ଆମ ଆଦମୀ ପାର୍ଟି (ଆପ) ଓ ସ୍ୱାଧିନ ବିଧାୟକଙ୍କ ସମର୍ଥନ ଥିବା ପତ୍ରକୁ ଓମର ଏଲଜିଙ୍କୁ ପ୍ରଦାନ କରିଥିଲେ ।

ଏହା ପୂର୍ବରୁ ନବନିର୍ବାଚିତ କଂଗ୍ରେସ ବିଧାୟକ ଦଳ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜମ୍ମୁ କଶ୍ମୀର ବିଧାନସଭାରେ ନିଜର ନେତା ଚୟନକୁ ନେଇ ଆଲୋଚନା ହୋଇଥିଲା । କଂଗ୍ରେସର ୬ ଜଣ ନବନିର୍ବାଚିତ ବିଧାୟକଙ୍କୁ ନେଇ ଏମଏ ରୋଡ଼ ସ୍ଥିତ ଦଳର ମୁଖ୍ୟାଳୟରେ ବୈଠକ ବସିଥିଲା । ବୈଠକ ପରେ କଂଗ୍ରେସ ନିଜର ମେଣ୍ଟର ସହଯୋଗୀ ଦଳ ଏନସିକୁ ନିଜର ସମର୍ଥନ ପତ୍ର ପ୍ରଦାନ କରିଥିଲା । ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ ଘୋଷଣା ହୋଇଥିବା ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ-ଏନସି ମେଣ୍ଟକୁ ବହୁମତ ମିଳିଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *