କଣାସ ଅଞ୍ଚଳରେ ଝାଡା ବାନ୍ତି ବ୍ୟାପିବା ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ସରକାରଙ୍କ ଦାୟିତ୍ବହୀନତା କାରଣରୁ ହଇଜା ସ୍ଥିତି ଉପୁଜିଥିବା ଅଭିଯୋଗ କରିଛି ବିଜେଡି। ଘଟଣାକୁ ୧୦ ଦିନ ବିତି ଯାଇଥିଲେ ବି ସ୍ୱାସ୍ଥ୍ୟମନ୍ତ୍ରୀ କି ସରକାରଙ୍କ କୌଣସି ପ୍ରତିନିଧି କିମ୍ବା ସ୍ଥାନୀୟ ଜନ ପ୍ରତିନିଧି ଲୋକଙ୍କ ସମସ୍ୟା ବୁଝି ନାହାନ୍ତି। ୧୦ ପରେ ସ୍ଥାନୀୟ ବିଧାୟକ ଦିଲ୍ଲୀରୁ ଫେରି ଲୋକଙ୍କ ପାଖକୁ ଯାଇଥିବା ବେଳେ ଲୋକ ମାନେ ତାଙ୍କୁ ଫେରାଇ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀ ରେ ବିଜେଡି ନେତା ଉମା ସାମନ୍ତ ରାୟ ଏଭଳି ଅଭିଯୋଗ ଆଣିଛନ୍ତି।
ଉମା କହିଛନ୍ତି ଝାଡ଼ା ବାନ୍ତି ରେ ୪ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇବା ପରେ ବିରୋଧିଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରି ଅନୁଧ୍ୟାନ କରିବା ପାଇଁ କହିଥିଲେ। ଜିଲ୍ଲା ପ୍ରଶାସନ ସହ କଥା ବାର୍ତ୍ତା ପରେ କିଛି ସ୍ଥାନରେ ପିଇବା ପାଣି ପହଞ୍ଚିଥିଲେ ବି ଏପର୍ଯ୍ୟନ୍ତ ସବୁଠି ପହଞ୍ଚି ପାରିନାହିଁ। ଆମ୍ବୁଲାନ୍ସ ବି ଲୋକଙ୍କୁ ଯୋଗାଇ ଦିଆଯାଇ ପାରୁନାହିଁ। ଅବ୍ୟବସ୍ଥା କାରଣରୁ PHC ରେ ତାଲା ପଡୁଛି। ସରକାର ବଦଳିବା ପରେ ମେଡ଼ିକାଲରେ ଡାକ୍ତର କି କୌଣସି ଷ୍ଟାଫ ରହୁ ନାହାନ୍ତି। ଏଭଳି ସ୍ଥିତିରେ ଯେଉଁ ଲୋକ ମାନେ ମରିଛନ୍ତି ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ବିଜେଡି ଦାବି କରିଛି। ସତ୍ୟବାଦୀର ସବୁ ଅଞ୍ଚଳରେ ସୁଦ୍ଧ ପିଇବା ପାଣି ଯୋଗାଇ ଦିଆଯାଇଥିବା ବେଳେ କଣାସ ବ୍ଲକ ଓ ସାକ୍ଷୀ ଗୋପାଳ ଅଞ୍ଚଳରେ ପିଇବା ପାଣି ପାଇଁ ୨୮୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଥିଲେ ବିଜେଡି ସରକାର। ୯୦ ପ୍ରତିଶତ କମ ସରିଥିବା ବେଳେ ସରକାର ବଦଳିବା ପରେ ଅବଶିଷ୍ଟ କାମ ଅଟକେଇ ଦିଆଯାଇଛି। ଦୟାନଦୀ ଉପରେ ଯେଉଁ ମାନେ ନିର୍ଭର କରୁଛନ୍ତି ସେମାନଙ୍କ ଏ ଅବସ୍ଥା। ସ୍ଥିତି ନ ସୁଧୁରିଲେ ଆଗମୀ ଦିନରେ ଗଣ ଆନ୍ଦୋଳନ ହେବ। ଲୋକଙ୍କ ମୌଳିକ ସମସ୍ୟା ଯଦି ନ ବୁଝିବେ ଏ ସରକାର କାହିଁକି ରହିବେ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now