ଦିଲ୍ଲୀରେ ପୋଷ୍ଟର ୱାର: ଆପର ୬ ଗିରଫ

Spread the love

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀରେ ଲଗାଯାଇଥିବା ପୋଷ୍ଟରକୁ ନେଇ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଜାରି ରହିଛି କଡା ଟକ୍କର। ଏହାକୁ ନେଇ ଆଜି ଆପ ଜନ୍ତର ମନ୍ତରରେ ପ୍ରଦର୍ଶନ କରିବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ସାମିଲ ହେବେ। ଦିଲ୍ଲୀ ଆପ ସଂଯୋଜକ ଗୋପାଳ ରାୟରେ ଘୋଷଣା କରିଛନ୍ତି କି, ଆପ ଜନ୍ତର ମନ୍ତ୍ରରରୁ ମୋଦି ହଟାଓ ଦେଶ ବଞ୍ଚାଅର ନାରାକୁ ଆହୁରି ଶାଣିତ କରିବ। ପୋଷ୍ଟର ଲଗାଇବା ମାମଲାରେ ବୁଧବାର ପୁଲିସ ୩୬ ଏଫଆଇଆର ଦାୟର କରିବା ସହ ୬ ଜଣଙ୍କୁ ଗିରଫ କରିଥିଲା।

ଆପ ନେତା ଗୋପା ରାୟ କହିଛନ୍ତି, ପୋଷ୍ଟର ଲଗାଇବା ଉପରେ ଏଫଆଇଆର ଦାୟର କରାଯାଉଛି, କଣ ଆପତ୍ତିଜନକ ପୋଷ୍ଟର? ଯଦି ଆପ ‘ମୋଦି ହଟାଅ ଦେଶ ବଞ୍ଚାଅର ନାରା ଦେଉଛି ଏଥିରେ କଣ ରହିଛି ସମସ୍ୟା? ବିଜେପି ମଧ୍ୟ ନାନା ପ୍ରକାରର ପୋଷ୍ଟର ବିରୋଧୀ ଦଳଗୁଡିବ ପାଇଁ ଲଗାଉଛି। ଦେଶର ପ୍ରଧାନମନ୍ତ୍ରୀ ଯଦି ଲୋକେ ଆକାଂକ୍ଷା ପୂରା କରିବାରେ ବିଫଳ ହୋଇଛନ୍ତି ଓ ଦେଶର ସମ୍ବିଧାନ ଉପରେ ଆକ୍ରମଣ କରାଯାଉଛି, ଏପରି ସ୍ଥଳେ ଏହାର ଏକମାତ୍ର ସମାଧାନ  ମୋଦି ହଟାଅ ଦେଶ ବଞ୍ଚାଅ।

ଆପର ଦିଲ୍ଲୀ ସଂଯୋଜକ ଓ ଦିଲ୍ଲୀ ସରକାରର ମନ୍ତ୍ରୀ ଗୋପାଳ ରାୟଙ୍କୁ ମୁତାବକ ପୋଷ୍ଟର ଆପ ଲଗାଇଛି। ସେ କହିଛନ୍ତି କି, ବିଜେପି ହାଜର ହଜାର ପୋଷ୍ଟର ଲଗାଉଛି, କେବେ ଏଫଆଇଆର ହେଉନି। ଦୈନିକ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ବିଜେପି ପୋଷ୍ଟର ଲଗାଉଛି। କାହିଁ କିଛି ଏଫଆଇଆର ତ ହେଉନି। ପୁଲିସକୁ ଏପରି ଏକତରଫା କାର୍ଯ୍ୟାନୁଷ୍ଠାନ କରିବା ଅନୁଚିତ।

ଏହା ଉପରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ମୋଦିଙ୍କୁ ଟାର୍ଗେଟ କରିବାକୁ ପଛେଇ ନାହାନ୍ତି। କେଜରିୱାଲ ବୁଧବାର ପୁଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କହିଛନ୍ତି, ପିଏମ ମୋଦି ଡରି ଯାଇଛନ୍ତି। ପୋଷ୍ଟର ଉପରେ ଏଫଆଇଆର ଦାୟର ହୋଇଛି। କେହି ବି ପୋଷ୍ଟର ଲଗାଇପାରେ। କାହିଁକି ମୋଦି ଡରିଯାଇଛନ୍ତି? ବୋଲି ପ୍ରଶ୍ନ କରିଛନ୍ତି କେଜରିୱାଲ।

ସେପଟେ ଦିଲ୍ଲୀ ବିଜେପି ପ୍ରବକ୍ତା ହରିଶ ଖୁରାନା କହିଛନ୍ତି କି, ଆଇନ ଅନୁଯାୟୀ ପେଣ୍ଟରର ନାମ  ପୋଷ୍ଟରରେ ଦେବା ଦରକାର। ଆପ ପୋଷ୍ଟରରେ ନିୟମର ଉଲ୍ଲଙ୍ଘନ କରାଯାଉଛି। ଆପର ସାହସ ନାହିଁ କି, କିଏ ପୋଷ୍ଟର ଲଗାଇଛି ତାର ନାମ ଦେବ। ଏକରେ ଚୋରି, ଉପରେ ସିନାଜୋରି। ଏମିତି କିଛି ସ୍ଥିତି ଆପର ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଏହି ପୋଷ୍ଟର ୱାରକୁ ନେଇ ପୁଲିସ କହିଛି, ପୋଷ୍ଟରରେ ପ୍ରିଣ୍ଟିଂ ପ୍ରେସର ନାମ ଲେଖା ଯିବ ନାହିଁ, ତେଣୁ ବଡ ସଂଖ୍ୟାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୨୦୦୦ ପୋଷ୍ଟରକୁ କାନ୍ଥରୁ ହଟାଇ ଦିଆଯାଇଛି ଓ ସେହି ପରିମାଣର ପୋଷ୍ଟରକୁ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *