ନିଜ ବୟାନ ଫେରାଇ ନେଲେ ପିୟୁଷ

Spread the love

ନୂଆଦିଲ୍ଲୀ: ଡିସେମ୍ବର ୭ରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନ ହୋହଲ୍ଲା ଭିତରେ ଚାଲିଛି। ବିରୋଧୀ ତୱାଙ୍ଗ ମୁଦ୍ଦାକୁ ନେଇ ଚର୍ଚ୍ଚା ଦାବିରେ ଅଡି ବସିଛନ୍ତି। ସେପଟେ ପୁଣି କରୋନା ସଂକ୍ରମଣକୁ ଦେଖି ଉଭୟ ଗୃହକୁ ସଭାପତିମାନେ ମାସ୍କ ପରିଧାନ କରି ପହଞ୍ଚିଛନ୍ତି।

ଚୀନ ଓ ଭାରତ ସେନା ଭିତରେ ତୱାଙ୍ଗରେ ହୋଇଥିବା ମୁହାଁମୁହିଁ ସ୍ଥିତିକୁ ନେଇ ସଂସଦରେ ଜାରି ରହିଛି ହଟ୍ଟଗୋଳ। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦାବି କରିବା ସହ ବିହାର ବିରୋଧରେ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଟପ୍ପଣୀକୁ ନେଇ  ଗୁରୁବାର ଗୃହତ୍ୟାଗ କରିଛନ୍ତି ବିରୋଧୀ।

ଏହି ହଟଗୋଳ ଭିତରେ ପିୟୁଷ ଗୋୟଲ ବିହାରକୁ ନେଇ ନିଜ ବିବାଦୀୟ ବୟାନ ଉପରେ ସ୍ପଷ୍ଟିକରଣ ଦେଇ କହିଛନ୍ତି, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି କି, ବିହାର ବା ବିହାର ଲୋକଙ୍କ ଅପମାନ ମୋର ଉଦ୍ଦେଶ୍ୟ ନ ଥିଲା। ଯଦି ମୋ ବୟାନରୁ କାହାକୁ ଆଘାତ ଲାଗିଥାଏ, ତେବେ ମୁଁ ମୋର ବୟାନ ଫେରସ୍ଥ ନେଉଛି।

ବିହାରର ଅପମାନ ମୁଦ୍ଦାରେ ବିହାରର ସାଂସଦ ଗୁରୁବାର ଗାନ୍ଧୀ ପ୍ରତିମୂର୍ତ୍ତି ସାମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିରେ ବିଜେପି ବ୍ୟତୀତ ବାକି କଂଗ୍ରେସ, ଆରଜେଡି, ଜେଡିୟୁ, ଲେପ୍ଟ ଓ ଶିବସେନା ପରି ଅନ୍ୟ ଦଳର ସାଂସଦ ଅଂଶ ଗ୍ରହଣ କରିଛନ୍ତି। ସାଂସଦମାନେ ପିୟୁଷ ଗୋଏଲଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି।

ଗୋୟଲ ରାଜ୍ୟସଭାରେ ଚର୍ଚ୍ଚା କାଳରେ କହିଥିଲେ କି, ଏହି ଲୋକମାନେ ପୁରା ଦେଶକୁ ବିହାର କରିଦେବେ। ଏହା ଉପରେ ଗୁରୁବାର ଆରଜେଡି ସାଂସଦ ମନୋଜ ଝା ରାଜ୍ୟସଭାରେ ବିହାର ସମ୍ପର୍କରେ ଅପମାନଜନକ ଶବ୍ଦର ବ୍ୟବହାର କରିଥିବାରୁ କେନ୍ଦ୍ର ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।

ବୁଧବାର ମଧ୍ୟ ବିରୋଧୀ ଚୀନ ଭିତରକୁ ଅନୁପ୍ରବେଶ ଓ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ନୋଟିସ କରିଥିଲେ, କିନ୍ତୁ ସରକାର ଏହି ନୋଟିସକୁ ଅଗ୍ରାହ୍ୟ କରିଦେଇଥିଲେ। ଲୋକସଭାରେ ଚୀନ ପ୍ରସଙ୍ଗରେ ଚର୍ଚ୍ଚାକୁ ଅନୁମତି ନ ଦେବାକୁ ନେଇ ବିରୋଧୀ ଖପ୍ପା ହେବା ସହ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ସଂସଦକୁ ବୟକଟ କରିଥିଲେ।

Leave a Reply

Your email address will not be published. Required fields are marked *