ଆସନ୍ତା କାଲି ଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର । ଚାଷୀ ଙ୍କ ପାଇଁ ମଣ୍ଡି ଗୁଡିକ ରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚାଷୀ ପାଇଁ ମଣ୍ଡି ଗୁଡ଼ିକ ରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଛି । ଠିକ ସମୟ ରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ ମାଲିକ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମଣ୍ଡି ଖୋଲିବା ପରେ ଯେଉଁଠି ଅସୁବିଧା ଦେଖାଯିବ ତାକୁ ତୁରନ୍ତ ଅନ ଦ ସ୍ପଷ୍ଟ ସମାଧାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । କଟଣି ଛଟଣି ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି । ଚାଷୀ ଆଉ ମିଲର ଙ୍କ ଭିତରେ ସଲା ସୁତୁରା ହୋଇ କଟଣି ଛଟଣି ଯଦି କରିବେ ତାହା ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱଧୀନ ନୁହେଁ ।
ଲଘୁଚାପ ପ୍ରଭାବରେ ବର୍ଷା ବେଶି ହେବ ନାହିଁ । ଯଦି ବର୍ଷା ହୁଏ ତେବେ ସାମନ୍ୟ କ୍ଷତି ହୋଇ ପାରେ । ତଥାପି ସରକାର ପ୍ରସ୍ତୁତ ଅଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now