ମୁଖ୍ୟମନ୍ତ୍ରୀ ରେସରୁ ବାଦ ପଡିଲେ ପ୍ରତିଭା

Spread the love

ନୂଆଦିଲ୍ଲୀ: ହିମାଚଳ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ବାଦ ବିବାଦ ଭିତରେ ଏହି ପଦ ପାଇଁ ସବୁଠାରୁ ବଡ ଦାବିଦାର କୁହାଯାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର  ସିଂହଙ୍କ ପତ୍ନୀ ପ୍ରଭାତି ସିଂହ ଏହି ରେସରୁ ବାଦ ପଡିଥିବା ସୂଚନା ରହିଛି। ଶୁକ୍ରବାର ସଂଧ୍ୟା ପର୍ଯ୍ୟନ୍ତ ରାଜ୍ୟ ତଥା ଅନ୍ୟ ରାଜ୍ୟର ବହୁ ନେତା ପ୍ରତିଭାଙ୍କୁ ଏହି ପଦ ପାଇଁ ମୁଖ୍ୟ ଦାବିଦାର କହିଥିବା ବେଳେ ଶନିବାର ମଧ୍ୟାହ୍ନ ବେଳକୁ ଏହି ଚର୍ଚ୍ଚାର ଅବସାନ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ରହିଛି।

ଶୁକ୍ରବାର କଂଗ୍ରେସର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୁପେନ୍ଦ୍ର ସିଂହ ହୁଡ୍ଡା ଓ ଭୁପେଶ ବଘେଲ ରାଜ୍ୟର ନବନିର୍ବାଚିତ ବିଧାୟକମାନଙ୍କ ସହ ବୈଠକ କରିଥିବା ବେଳେ କିନ୍ତୁ କୌଣସି ନିର୍ଯାସ ବାହାରି ପାରି ନ ଥିଲା। ତେବେ ରାଜ୍ୟ ତଥା ବାହାରର କଂଗ୍ରେସ ନେତାମାନେ ପ୍ରତିଭାକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ବୋଲି କହିଥିଲେ। ଏହାରି ଭିତରେ ଶନିବାର ଦିନ ସେ ରେସରୁ ବାଦ ପଡିଥିବା ସୂଚନା ରହିଛି। ତେବେ ସେ ନିଜେ ରେସରୁ ବାହରି ଯାଇଛନ୍ତି ନା ଦଳର ବରିଷ୍ଠମାନେ ଏପରି କରିଛନ୍ତି ତାହା ଜଣାପଡି ନାହିଁ।

 ପରେ ହିମାଚଳ ନିର୍ବାଚନରେ ବିଜୟର ଶ୍ରେୟ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଇ ରାଜ୍ୟର ବହୁ ନେତା ପ୍ରିୟଙ୍କାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ବାଛିବାର ଅଧିକାର ଦିଆଯିବା ଉଚିତ ବୋଲି କହିଥିଲେ।

ସୂତ୍ର ଅନୁଯାୟୀ, ହିମାଚଳର ମୁଖ୍ୟମନ୍ତ୍ରୀ କିଏ ହେବ ଖୁବ ଶୀଘ୍ର ତାର ଘୋଷଣା ପ୍ରିୟଙ୍କା ଗାନ୍ଧୀ କରିପାରନ୍ତି। ଏହି ନିର୍ବାଚନରେ ପ୍ରୟଙ୍କାଙ୍କ ରଣନୀତି ବିଜେପିକୁ ମାତ ଦେଇଥିବା ହିମାଚଳ କଂଗ୍ରେସ ନେତା କହିଛନ୍ତି। କାରଣ ପ୍ରିୟଙ୍କା ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କୁ ସାଙ୍ଗରେ ଧରି  ହିମାଚଳ ପ୍ରଦେଶରେ ପ୍ରଚାର କରିଥିଲେ। ସେ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ବିଜେପିର ସମସ୍ତ ରଣନୀତିକୁ ଦେଇଥିଲେ ମାତ। ତାଙ୍କ ରଣନୀତି ଯୋଗୁ କଂଗ୍ରେସ ହିମାଚଳରେ ଜିତିଥିବା ଅନେକ ବରିଷ୍ଠ ନେତା ମତ ରଖିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚୂଡାନ୍ତ ନିଷ୍ପତ୍ତି ପ୍ରିୟଙ୍କା ହିଁ ନେବେ ବୋଲି ଅନେକ ଦାବି କରି ଥିଲେ।

Leave a Reply

Your email address will not be published. Required fields are marked *