ଲୋକସଭା ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧି

ଲୋକସଭା ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଓ୍ବାୟନଡ ଲୋକସଭା ଉପନିର୍ବାଚନରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ପାଇ ନିର୍ବାଚିତ ହୋଇଥିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି ତାଙ୍କ ଭାଇଙ୍କ ପରି ହାତରେ ସମ୍ବିଧାନ ଧରି ଶପଥ ନେଇଥିଲେ। ଏବେ ସଂସଦରେ ଗାନ୍ଧି ପରିବାର ୩ ଜଣ ସଦସ୍ୟ ନଜର ଆସିବେ।ଶପଥ ଗ୍ରହଣ କରିବା ପୂର୍ବରୁ ସେ ଭାଇ ରାହୁୁଲ ଗାନ୍ଧି ମା’ ସୋନିଆ ଗାନ୍ଧି ଓ ରାଜ୍ୟସଭାର କଂଗ୍ରେସ ସାଂସଦଙ୍କ ସହିତ ମିଶିକି ସଂସଦ ଭବନରେ ପହଁଞ୍ଚିଥିଲେ। ଶପଥ ଗ୍ରହଣ ନେବା ପରେ ଆଜିର ଦିନ ପାଇଁ ବହୁତ ଖୁୁସି ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧି।

ପ୍ରତ୍ୟକ୍ଷ ରାଜନୀତିରେ ପ୍ରିୟଙ୍କା ଗାନ୍ଧିଙ୍କ ଚମତ୍କାର ପଦାର୍ପଣ। ଓ୍ବାୟନାଡ ଆସନର ଉତ୍ତରାଧିକାରୀ ହେଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଓ୍ବାୟନାଡ ଆସନରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ବିପୁଳ ବିଜୟ ହାସଲ କରିଛନ୍ତି। ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଥିଲେ ପ୍ରିୟଙ୍କା ଗାନ୍ଧି। ପ୍ରଥମ ଲଢ଼େଇରେ ପ୍ରିୟଙ୍କା ଗାନ୍ଧିଙ୍କ ବିପୁଳ ବିଜୟ।

ଲୋକସଭା ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିଲେ ରାହୁଲ ଗାନ୍ଧି। କିନ୍ତୁ ସେ ରାୟବରେଲି ଆସନରୁ ମଧ୍ୟ ବିଜୟୀ ହୋଇଥିବାରୁ ଏହି ଆସନ ଛାଡ଼ି ଦେଇଥିଲେ। ଏହାପରେ ଉପନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପ୍ରିୟଙ୍କା। ନିର୍ବାଚନ ମୈଦାନରେ ଏହା ତାଙ୍କର ପ୍ରଥମ ଯୋଗଦାନ, ଯେଉଁଥିରେ ସେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଗାନ୍ଧି ପରିବାରରୁ ନବମ ସଦସ୍ୟ ଭାବେ ସେ ସଂସଦକୁ ଯାଇଛନ୍ତି। ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *