ଇଡିରେ ହାଜର ହେଲେ ରାହୁଲ…ସାଙ୍ଗରେ ଅଛନ୍ତି ଭଉଣୀ ପ୍ରିୟଙ୍କା

Spread the love

ରାହୁଲ ଗାନ୍ଧୀ ଙ୍କ ପାଇଁ ବଢ଼ିଲା ଅଡୁଆ l ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ବା ‘ଇଡି’ରେ ହାଜର ହୋଇଛନ୍ତି ରାହୁଲ l ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଦିଲ୍ଲୀର AICC ମୁଖ୍ୟାଳୟ ସମୁଖରେ ପ୍ରତିବାଦ କରିଥିବା ବେଳେ ଦିଲ୍ଲୀ ପୋଲିସ କଂଗ୍ରେସ ନେତାମାନଙ୍କୁ ଅଟକ ରଖିଛି। କେବଳ ଦିଲ୍ଲୀ ନୁହଁ ଦେଶ ର ବିଭିର୍ନ୍ନ ସ୍ଥାନ ରେ ପ୍ରତିବାଦ ର ସ୍ୱର ଦେଖିବାକୁ ମିଳିଛି l ଓଡିଶା ରେ ପିସିସି ସଭାପତିଙ୍କ ଅଧ୍ୟକ୍ଷତା ରେ ପ୍ରତିବାଦ କରାଯାଇଛି l

କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଇ ରାହୁଲ ଇଡିରେ ହାଜର ହେବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ରାହୁଲ ଙ୍କ ସାଙ୍ଗରେ ଇଡି ଅଭିମୁଖେ ମଧ୍ୟ ଯାତ୍ରା କରିଛନ୍ତି l  ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ସତ୍ୟ ର ସଂଗ୍ରାମ’ ଜାରି ରହିବ ଏବଂ ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶମାନେ ମଧ୍ୟ କଂଗ୍ରେସର ସ୍ୱରକୁ ଦମନ କରିପାରିନଥିଲେ, ତେବେ ଏହି ଶାସକ ସରକାର କିପରି କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା l

  • ଅଭିଷେକ ପୁରୋହିତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *