ଭଗତ ସିଂଙ୍କୁ ଆତଙ୍କବାଦୀ କହିଲେ ପଞ୍ଜାବ ନେତା

Spread the love

ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ଗୌରବ ଭଗତ ସିଂ ଙ୍କୁ ଆତଙ୍କବାଦୀ କହି ବିବାଦରେ ପଞ୍ଜାବ ଏମପି ତଥା ଶିରୋମଣି ଅକାଳି ଦଳର ନେତା ସିମ୍ରନଜିତ୍ ସିଂ । ଭଗତ ସିଂ ତାଙ୍କ ସମୟରେ ଜେନେରାଲ ଆସେମ୍ଲି ବିଷ୍ପୋରଣ କରିବା ସହ ଜଣେ ଇଂରେଜ ଅଧିକାରୀଙ୍କୁ ହତ୍ୟା କରିଥିଲେ । ଜଣେ ଶିଖ୍ କନେଷ୍ଟବଲଙ୍କୁ ମଧ୍ୟ୍ୟ ହତ୍ୟା କରିଥିଲେ । ତେଣୁ ଭଗତ ସିଂ ଜଣେ ଆତଙ୍କବାଦୀ ବୋଲି ସାମ୍ଭାଦିକ ସମ୍ମିଳନୀରେ ସିମ୍ରନଜିତ୍ ସିଂ ମାନ୍ କହିଛନ୍ତି ।

କିନ୍ତୁ ଭଗତ ସିଂ ଦେଶ କୁ ସ୍ୱାଧୀନ କରିବା ପାଇଁ ଏପରି କରିଥିବା ଜଣେ ସମ୍ଭାଧିକ କହିବାରୁ ଏହାକୁ ପ୍ରତ୍ୟାଖାନ କରିଥିଲେ ସାଂସଦ । ଜଣେ ହତ୍ୟକାରୀଙ୍କୁ ସ୍ୱାଧୀନତା ସଂଗ୍ରାମୀ କହିବା ଆପଣଙ୍କ ଦୃଷ୍ଟିକୋଣ । କିନ୍ତୁ ଯେତେ ଯାହା ହେଲେ ବି ଭଗତ ସିଂ ଜଣେ ଆତଙ୍କବାଦୀ ବୋଲି ଦୃଢତା ପ୍ରକାଶ କରିଥିଲେ ସାଂସଦ ସିମ୍ରନଜିତ୍ ସିଂ । ସାଂସଦଙ୍କ ଏଭଳି ମନ୍ତବ୍ୟକୁ ଚାରିଆଡେ ନିନ୍ଦା କାରଯାଇଛି । ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି । ଏହା ଦ୍ୱାରା ଦେଶବାସୀଙ୍କ ଭାବନା ଆହତ ହୋଇଛି । ତେଣୁ ସିମ୍ରନଜିତ୍ ସିଂ ଦେଶବାସୀଙ୍କୁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *