terrorist

  • ଆତଙ୍କବାଦୀଙ୍କ ନୂଆ କୌଶଳ

    () ବୋମା। ହେଲେ ପରଫ୍ୟୁମ୍ ବୋମା। ଏହାକୁ ଦବେଇଲେ କି ଖୋଲିଲେ ଧମାକା ହେବ। ଗୋଟିଏ ପରଫ୍ୟୁମ୍ ବୋତଲକୁ ବିସ୍ଫୋରକ ଯନ୍ତ୍ର ବା ଆଇଡିରେ ପରିଣତ କରି ଟାର୍ଗେଟ କିଲିଂ ଲାଗି ଆତଙ୍କବାଦୀ ନୂଆ କୌଶଳ ଆପଣାଇଛନ୍ତି। ପ୍ରଥମ ଥର ଜମ୍ମୁକଶ୍ମୀରରେ ଏଭଳି ଆତଙ୍କବାଦୀଙ୍କ କୌଶଳକୁ ପଣ୍ଡ କରାଯାଇଛି।

    ଆତଙ୍କବାଦୀଙ୍କ ନୂଆ କୌଶଳ। ବିସ୍ଫୋରଣ କରି ମାରିଦେବାର ନୂଆ ରଣନୀତି ଆପଣାଇଲେଣି ଆତଙ୍କବାଦୀ। ୟୁନିକ୍ ଟ୍ରିଗର ମେକାନିଜିମକୁ କିନ୍ତୁ ପ୍ରଥମ ଥର ଧରିବାରେ ସଫଳ ହୋଇଛି ଜମ୍ମୁକଶ୍ମୀର ପୁଲିସ। ଆଉ ଏହି ମେକାନିଜିମର ନାଁ ହେଉଛି ପରଫ୍ୟୁମ୍ ବୋମା। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ହମଲା ଲାଗି ପରଫ୍ୟୁମ୍ ବୋମା ବ୍ୟବହାର କରୁଛି। ପରଫ୍ୟୁମ୍ ବୋତଲକୁ ବିସ୍ଫୋରକ ଯନ୍ତ୍ର ବା ଆଇଡିରେ ପରିଣତ କରୁଛନ୍ତି ଆତଙ୍କବାଦୀ। ପରଫ୍ୟୁମ୍ ଭାବି କିଏ ଯଦି ଏହି ବୋତଲକୁ ଖୋଲିବାକୁ ବା ଏହାର ଠିପି ଦବେଇବାକୁ ଚେଷ୍ଟା କରିବ, ସିଏ ବିସ୍ଫୋରଣର ଶୀକାର ହେବ। ଏଭଳି ଧରଣର ପରଫ୍ୟୁମ୍ ବୋମା ପ୍ରଥମ ଥର ଠାବ କରିଛି ଜମ୍ମୁ କଶ୍ମୀର ପୁଲିସ।

    ତେବେ ଆତଙ୍କବାଦର ନୂଆ ଫଣ୍ଡାର ସୁରାକ୍ କେମିତି ପାଇଲା ପୁଲିସ୍। ଶିକ୍ଷକରୁ ଆତଙ୍କବାଦୀ ସାଜିଥିବା ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ ପରେ ତା ହାତରୁ ଏଭଳି ପରଫ୍ୟୁମ୍ ବୋମା ଜବତ ପରେ ଚକିତ ହୋଇଯାଇଥିଲା ପୁଲିସ। ଗିରଫ ଆତଙ୍କବାଦୀ ଆରିଫ୍ ହେଉଛି ରିଆସି ଜିଲ୍ଲାର ବାସିନ୍ଦା। ଜମ୍ମୁର ନରଓ୍ୱାଲ ଅଞ୍ଚଳରେ ଜାନୁଆରୀ ୨୧ରେ ଘଟିଥିବା ବିସ୍ଫୋରଣରେ ୯ ଜଣ ଆହତ ହୋଇଥିଲେ। ଏହି ଘଟଣାର ତଦନ୍ତ କରୁ କରୁ ପୁଲିସ ଆରିଫକୁ ଗିରଫ କରିଥିଲା। ଗଲାବର୍ଷ ମେ ମାସରେ ବୈଷ୍ଣୋଦେବୀ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଭିତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆରିଫର ଭୂମିକା ଥିଲା।

    ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ପରଫ୍ୟୁମ ବୋମା ଜରିଆରେ ବିସ୍ଫୋରଣର ବଡ଼ ଷଡ଼ଯନ୍ତ୍ରକୁ ଅବଶ୍ୟ ପଣ୍ଡ କରିଛି ପୁଲିସ। ପରଫ୍ୟୁମ୍ ବୋମା ଜରିଆରେ ଆତଙ୍କବାଦ କାର୍ଯ୍ୟକଳାପକୁ ରୂପରେଖ ଦେବା ପରେ ଆତଙ୍କବାଦୀ ନିଜର ପୋଷାକ ଓ ଜୋତା ଜଳାଇ ଦେଉଥିଲେ। ମୋବାଇଲ ଫୋନକୁ ଭାଙ୍ଗି ଚୁରମାର୍ କରିଦେଉଥିଲେ। ଫେବୃଆରୀ ୨୦୨୨ରେ ଶାସ୍ତ୍ରୀନଗରରେ ଟାଇମର୍ ବୋମା ଜରିଆରେ ବିସ୍ଫୋରଣ ହୋଇଥିଲା। ଅବଶ୍ୟ ଏଥିରେ କାହାର ମୃତ୍ୟୁ ହୋଇନଥିଲା। କିନ୍ତୁ ମେ ୧୩ ତାରିଖରେ କଟ୍ରା ପାଖରେ ଯାତ୍ରାବାହୀ ବସରେ ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ସହ ୨୦ରୁ ଅଧିକ ଆହତ ହୋଇଥିଲେ। ଆଉ ଆତଙ୍କବାଦୀ ଆରିଫ୍ ଏହି ତିନି ଜାଗାରେ ଅଲଗା ପ୍ରକାର ବିସ୍ଫୋରଣ ବ୍ୟବହାର କରିଥିଲା। ଶାସ୍ତ୍ରୀନଗରରେ ଟାଇମର ଫିଟେଡ୍ ଆଇଡି, ଯାତ୍ରୀବାହୀ ବସର ତେଲଟାଙ୍କି ଉପର ସିଟ ତଳେ ଟିଫିନ ଭିତରେ ବିସ୍ଫୋରକ ଲଗାଇଥିଲା ଆତଙ୍କବାଦୀ। ପାକିସ୍ତାନ ନିରନ୍ତର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଛି। ଏହା ସହ ନୂଆ ନୂଆ ଫଣ୍ଡା ଆପଣାଉଥିବାରୁ ଏହାକୁ ପଣ୍ଡ କରିବାକୁ ଭାରତୀୟ ପୁଲିସ ବି ନିଜର ଗୁଇନ୍ଦା ନେଟଓ୍ୱର୍କକୁ ସୁଦୃଢ଼ କରିବାରେ ଲାଗିଛି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ପାକରେ ଥାଇପାରେ କୁଖ୍ୟାତ ଆତଙ୍କବାଦୀ ଅଜହର

    ପାକିସ୍ତାନରେ ଅଛି କୁଖ୍ୟାତ ଆତଙ୍କବାଦୀ ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଅଜହର। ଏନେଇ ତାଲିବାନୀ ମୁଖପାତ୍ର ଜବିଉହ୍ଲା ମୁଜାହିଦ ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ମୌଲାନା ମସୁଦ ଅଜହରଙ୍କୁ ଗିରଫ କରିବା ପାଇଁ ପାକିସ୍ତାନ ଆଫଗାନସ୍ତାନକୁ ଚିଠି ଲେଖିଥିବା ବେଳେ ତାଲିବାନୀ ମୁଖ୍ୟପାତ୍ର ଏଭଳି ମନ୍ତବ୍ୟ ରଖିଛନ୍ତି । ସେ ମୌଲାନା ମସୁଦ ଆଫଗାନିସ୍ତାନରେ ଥିବା ଅସ୍ୱିକାର କରିବା ସହ ସେ ପାକିସ୍ତାନରେ ରହିଥାଇ ପାରନ୍ତି ବୋଲି ସୂଚନା ଦେଇଛନ୍ତି ।

  • ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

    ଶ୍ରୀନଗର: ଜାମ୍ମୁ-କାଶ୍ମୀର ସୋପିଆନ ଜିଲ୍ଲାର ହେଫ ଶିର୍ମାଲ ଅଞ୍ଚଳରେ ଏନକାଉଣ୍ଟର। ବୁଧବାର ବିଳମ୍ୱିତ ରାତିରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ଏନକାଉଣ୍ଟରରେ ଅନସାର ଗାଜୱାଟ- ଉଲହିନ୍ଦ ଏବଂ ଅଲ-କାଏଦା  ଆଫିଲିଏଟ ସଂଗଠନର ସହଯୋଗୀ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ତେବେ ମୃତ ଆତଙ୍କବାଦୀ ମାନେ ହେଲେ  ଆଇଜାଜ ରସୋଲ ଏବଂ ସହିଦ ଅହମ୍ମଦ ବୋଲି ସୂଚନା ମିଳିଛି। ନିର୍ଦ୍ଦିଷ୍ଟ ଖବରକୁ ଆଧାର କରି ସୁରକ୍ଷା କର୍ମୀ ନୋୱଗାମ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଡେଙ୍ଗେରପୋରାରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

    ଏହି ଅପରେସନ ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହୀନି ଉପରକୁ ଚଳାଇଥିଲେ। ଏହାର କଡା ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଆତଙ୍କ ବାଦୀ ଉପରକୁ ଗୁଳି ଚଳାଇଥିଲେ। ଘଟଣା ସ୍ଥଳରେ ୨ ଆତଙ୍କବାଦୀ ଟଳି ପଡିଥିଲେ।

  • ପାକ୍ ଆତଙ୍କୀର ଜୀବନ ବଞ୍ଚାଇଲା ଭାରତୀୟ ସେନା

    ନୂଆଦିଲ୍ଲୀ: ଭାରତ ସାରା ବିଶ୍ବକୁ ବସୁନ୍ଧରା କୁଟୁମ୍ବକମ୍ ମାନିଥାଏ। ଶତ୍ରୁକୁ ମଧ୍ୟ ଆତିଥ୍ୟ ଦେବାରେ ବା ଆବଶ୍ୟକ ସ୍ଥଳେ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଏନାହିଁ। ଯେମିତି  ଜମ୍ମୁର ରାଜୋରୀରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳମାଡରେ ଗୁରୁତର ଆହତ ହୋଇଥିବା ପାକିସ୍ତାନୀ ଆତଙ୍କୀକୁ ରକ୍ତ ଦେଇ ତାର ଜୀବନ ବଞ୍ଚାଇଛନ୍ତି ଯବାନ।  ରଜୋରୀର ନୌସେରା ସେକ୍ଟରରେ ଏଲଓସି ନିକଟରେ କିଛି ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ସେନା ନଜରକୁ ଆସିଥିଲେ।

    ସେନାକୁ ଦେଖି ସେମାନେ ସେଠାରୁ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ସେନା ଗୁଳିଚଳାଇଥିଲା। ଏଥିରେ ଜଣେ ଆତଙ୍କୀ ଗୁରୁତର ଆହତ ହୋଇପଡିଥିଲା। ତାକୁ ହସ୍ପିଟାଲରେ ଭର୍ତ୍ତିକରାଯିବା ସହ ଆବଶ୍ୟକ ପଡିବାରୁ ଯବାନ ୩ ବଟଲ ରକ୍ତ ଦେଇଥିଲେ।

    ଧରାପଡିଥିବା ଆତଙ୍କୀର ନାମ ତବରକ ହୁସେନ। ସେ ପିଓକେର କୋଟଲି ଅନ୍ତର୍ଗତ ସବ୍ଜକୋଟ ଗ୍ରାମର ବାସିନ୍ଦା। ରବିବାର ଦିନ ତାକୁ ଧରିବାରେ ସକ୍ଷମ ହୋଇଥିଲା ସେନା। ସେ ଭାରତରେ ବଡ ଧରଣର ଆକ୍ରମଣ କରିବାକୁ  ଅନୁପ୍ରବେଶ କରିଥିଲା।

    ଏସମ୍ପର୍କରେ ବ୍ରିଗେଡିୟର ରାଜୀବ ନାୟର କହିଛନ୍ତି କି,  ତାଙ୍କ ଜଙ୍ଘ ଓ କାନ୍ଧରେ ଗୁଳି ଲାଗିଥିଲା। ଏଥିରେ ତାର ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା। ପରେ ରକ୍ତ ଦିଆଯାଇ ସୁସ୍ଥ କରାଯାଇଥିଲେ ମଧ୍ୟ ସେ ଆଇସିୟୁରେ ଚିକିତ୍ସିତ ହେଉଛି। ତାକୁ ସମସ୍ତ ପ୍ରକାରର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ଜଣେ ସାଧାରଣ ରୋଗୀ ପରି କହିଛନ୍ତି ନାୟର।

  • ଗିରଫ ସନ୍ଦିଗ୍ଧ ଆତଙ୍କୀ ଭର୍ଚୁଆଲ ଆଇ ପ୍ରସ୍ତୁତ କରିବାରେ ଥିଲା ମାଷ୍ଟର

    ଲକ୍ଷ୍ନୌ: ୟୁପି ଏଟିଏସ ସାହରନପୁରରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି । ସନ୍ଦିଗ୍ଧ ଆତଙ୍କୀ ନଦିମକୁ ପଚରା ଉପରା ପରେ କାନପୁରର ହବିବୁଲା ଓରଫ ସୈଫୁଲ୍ଲାହକୁ ଗିରଫ କରାଯାଇଛି । ସୈଫୁଲ୍ଲାହ ସ୍ୱୀକାର କରିଛି କି, ସେ ଜୈଶ ମହମ୍ମଦ ସମ୍ପର୍କରେ ଥିଲା । ସେ ଭର୍ଚୁଆଲ ଆଇଡି ତିଆରି କରିବାରେ ସିଦ୍ଧହସ୍ତ ଓ ନଦିମ ସହ ମିଶି ସେ ପ୍ରାୟ ୩୦ ଜଣଙ୍କୁ ଭର୍ଚୁଆଲ ଆଇଡି ଦେଇଛି ।
    ଏଟିଏସ ମୁତାବକ, ପାକିସ୍ତାନ ଓ ଆଫଗାନିସ୍ତାନର ଆତଙ୍କବାଦୀଙ୍କୁ ସୈପୁଲ୍ଲାହ ଭର୍ଚୁଆଲ ଆଇଡି ପ୍ରସ୍ତୁତ କରି ଦେଉଥିଲା । ସୈଫୁଲ୍ଲାହ, ଫତେପୁରର ୧୯ ବର୍ଷର ଜଣେ ଯୁକ । କାନପୁରରୁ ଗିରଫ ସୈଫୁଲ୍ଲାହ ନଦିମକୁ ଛୁରାରେ ଆକ୍ରମଣ କରିବାର ତାଲିମ ଦେଇଥିଲା । ସେ ଭର୍ଚୁଆଲ ନମ୍ବରରୁ ଫିଦାୟୀ ଫୋର୍ସର ପିଡିଏଫ ଫର୍ମାଟର ଟ୍ରେନିଂ ମଡ୍ୟୁଲ ନଦିମକୁ ପଠାଇଥିଲା । ସେ ଫତେହପୁରରେ ବସି ଭାରତରୁ ପାକିସ୍ତାନ ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ ବହୁ ଯୁବକଙ୍କ ବ୍ରେନ ୱାସ କରି ସେମାନଙ୍କୁ ଜିହାଦୀ ହେବାକୁ ଉସକାଇଆସୁଥିଲା ।
    ପଚରାଉଚରାରେ ସୈଫୁଲ୍ଲହା ମାନିଛି କି, ସେ ଓ ନଦିମ ଜୈଶ ଏ ମହମ୍ମଦ ସଂଗଠନ ସହ ସଂଶ୍ଳିଷ୍ଟ ଥିଲା । ସେ ହ୍ୱାଟ୍ସଆପ, ଟେଲିଗ୍ରାମ, ଫେସବୁକ ମେସେଞ୍ଜର ପରି ସୋସିଆଲ ମିଡିଆ ମାଧ୍ୟମରେ ଆଫଗାନିସ୍ତାନର ବହୁ ହ୍ୟାଣ୍ଡଲର୍ସଙ୍କ ସହ ସମ୍ପର୍କରେ ଥିଲା । ସୈଫୁଲ୍ଲାହ ବହୁ ଗ୍ରୁପ ରେ ଭର୍ଚୁଆଲ ଆଇ ମାଧ୍ୟମରେ ସମ୍ପୃକ୍ତ ଥିଲା ଓ ଅନ୍ୟ ସଦସ୍ୟଙ୍କୁ ଏହା ତିଆରି କରି ପ୍ରଦାନ କରୁଥିଲା । ଏହି ଗ୍ରୁପରେ ଜିହାଦୀ ଭିଡିଓ ମଧ୍ୟ ପଠାଯାଇଥାଏ ।

  • ଭଗତ ସିଂଙ୍କୁ ଆତଙ୍କବାଦୀ କହିଲେ ପଞ୍ଜାବ ନେତା

    ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ଗୌରବ ଭଗତ ସିଂ ଙ୍କୁ ଆତଙ୍କବାଦୀ କହି ବିବାଦରେ ପଞ୍ଜାବ ଏମପି ତଥା ଶିରୋମଣି ଅକାଳି ଦଳର ନେତା ସିମ୍ରନଜିତ୍ ସିଂ । ଭଗତ ସିଂ ତାଙ୍କ ସମୟରେ ଜେନେରାଲ ଆସେମ୍ଲି ବିଷ୍ପୋରଣ କରିବା ସହ ଜଣେ ଇଂରେଜ ଅଧିକାରୀଙ୍କୁ ହତ୍ୟା କରିଥିଲେ । ଜଣେ ଶିଖ୍ କନେଷ୍ଟବଲଙ୍କୁ ମଧ୍ୟ୍ୟ ହତ୍ୟା କରିଥିଲେ । ତେଣୁ ଭଗତ ସିଂ ଜଣେ ଆତଙ୍କବାଦୀ ବୋଲି ସାମ୍ଭାଦିକ ସମ୍ମିଳନୀରେ ସିମ୍ରନଜିତ୍ ସିଂ ମାନ୍ କହିଛନ୍ତି ।

    କିନ୍ତୁ ଭଗତ ସିଂ ଦେଶ କୁ ସ୍ୱାଧୀନ କରିବା ପାଇଁ ଏପରି କରିଥିବା ଜଣେ ସମ୍ଭାଧିକ କହିବାରୁ ଏହାକୁ ପ୍ରତ୍ୟାଖାନ କରିଥିଲେ ସାଂସଦ । ଜଣେ ହତ୍ୟକାରୀଙ୍କୁ ସ୍ୱାଧୀନତା ସଂଗ୍ରାମୀ କହିବା ଆପଣଙ୍କ ଦୃଷ୍ଟିକୋଣ । କିନ୍ତୁ ଯେତେ ଯାହା ହେଲେ ବି ଭଗତ ସିଂ ଜଣେ ଆତଙ୍କବାଦୀ ବୋଲି ଦୃଢତା ପ୍ରକାଶ କରିଥିଲେ ସାଂସଦ ସିମ୍ରନଜିତ୍ ସିଂ । ସାଂସଦଙ୍କ ଏଭଳି ମନ୍ତବ୍ୟକୁ ଚାରିଆଡେ ନିନ୍ଦା କାରଯାଇଛି । ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି । ଏହା ଦ୍ୱାରା ଦେଶବାସୀଙ୍କ ଭାବନା ଆହତ ହୋଇଛି । ତେଣୁ ସିମ୍ରନଜିତ୍ ସିଂ ଦେଶବାସୀଙ୍କୁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ

    କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗର ର ଲାଲ ବଜାର ଅଞ୍ଚଳରେ ଚେକ୍ ପୋଷ୍ଟରେ ନିୟୋଜିତ ପୋଲିସ କର୍ମଚାରୀ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ପୋଲିସ ଟିମ୍ ଉପରେ ଲୁଚିରହିତିବା ଆତଙ୍କବାଦୀ ମାନେ ଅଚାନକ ଭାବବେ ଗୁଳି କରିଛନ୍ତି । ପୋଲିସ ପକ୍ଷରୁ ମଧ୍ୟ୍ୟ ପାଲଟା ଜବାବ୍ ଦିଆଯାଇଥିବାବେଳେ ଜଣେ ପୋଲିସ କର୍ମଚାରୀ ଏହି ଗୁଳି ବିନିମୟରେ ମୃତ୍ୟୁବରଣ କରିଛନ୍ତି ଅନ୍ୟ ଦଇ ଜଣ କନେଷ୍ଟବଲ ଗୁରୁତର ଆହତ ହୋଇଛନ୍ତି । ସଂନ୍ଧ୍ୟା ୭ ଟା ୧୫ ମିନଟରେ ଏହି ଆକ୍ରମଣ ହୋଇଥିଲା । ପ୍ରଥମେ ଏଥିରେ ଆହତ ତିନି ଜଣ ପୋଲିସ କର୍ମୀଙ୍କୁ ମେଡିକାଲ ନିଆଯାଇଥିଲା । ମେଡିକାଲରେ ଚିତ୍କିସା ସମୟରେ ଜଣଙ୍କର ମୃତ୍ୟୁ ଘଟିଛି ।

    ଅନ୍ୟ ଦୁଇ ଜଣଙ୍କର ଚିତ୍କିସା ଚାଲିଛି । ଆତଙ୍କବାଦୀ ଙ୍କ ଗୁଳିରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀ ହେଉଛନ୍ତି ମୁସ୍ତାକ ଅହମ୍ମଦ । ସେ ଏସଆଇ ଭାବରେ କାର୍ଯ୍ୟ କରୁଥିଲେ । ଲାଲ ବଜାର ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରି ନିଜ ଅକ୍ତିଆରରେ ରଖିଚି । ପରିସ୍ଥିତି ନିୟନ୍ତ୍ରଣାଧୀନ ହେଲେ ପୋଲିସ ଘେରାବନ୍ଦୀ ହଟିବ । ସର୍ଚ୍ଚ ଅପରେସନ ଜାରି ରହିତିବା ଜାମ୍ମୁ କାଶ୍ମିର ପୋଲିସ ପକ୍ଷରୁ କୁହାଯାଇଛି । ଆତଙ୍କବାଦୀ ଆକ୍ରମଣ ଘଟଣା କିଛି ନୁଆ ନୁହେଁ । ଆତଙ୍କବାଦୀ ଦମନ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କଲେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ।

    • ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button