ପୁଣି ରାହୁଲଙ୍କୁ କୋର୍ଟ ନୋଟିସ

Spread the love

ନୂଆଦିଲ୍ଲୀ: ମାନହାନୀ ମାମଲାରେ ପୁଣି ଫସିଲେ ରାହୁଲ । ମାନହାନୀ ମାମଲା ପାଇଁ ରାହୁଲଙ୍କୁ ନୋଟିସ ଜାରି କରିଛି ପାଟଣାର ଏମପି-ବିଧାୟକ କୋର୍ଟ । ମୋଦି ସାଜ୍ଞାକୁ ନେଇ ରାହୁଲଙ୍କ ଆପତ୍ତି ଜନକ ମନ୍ତବ୍ୟ ପାଇଁ ତାଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ଏବେ ପୁଣି ଏକ ନୋଟିସ, ବୋଝ ଉପରେ ନଳିତା ବିଡା ଭଳି ମାଡି ବସିଛି । ରାହୁଲଙ୍କୁ ଏପ୍ରିଲ 12 ତାରିଖରେ ପଟଣାର ଏମପି-ବିଧାୟକ  କୋର୍ଟରେ ହାଜର ହେବା ପାଇଁ ନୋଟିସ ଦେଇଛନ୍ତି କୋର୍ଟ ।

ବିହାର ର ପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ସୁନିଲ କୁମାର ମୋଦି ଏମପି-ବିଧାୟକ କୋର୍ଟରେ ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ଆବେଦନ କରିଥିଲେ । ଏହି ଆବେଦନ ବିବୃତ୍ତି ରେକର୍ଡ କରିବାକୁ ରାହୁଲଙ୍କୁ କୋର୍ଟ ନୋଟିସ ଜାରିକରିଛନ୍ତି । ସୁନିଲ କୁମାର ମୋଦିଙ୍କ ଓକିଲ ଏସଡି ସଞ୍ଜୟ କହିଛନ୍ତି ରାହୁଲଙ୍କ ମୋଦି ସରନେମକୁ ନେଇ ଦେଇଥିବା ଆପତ୍ତି ଜନକ ମନ୍ତବ୍ୟରେ ଏକ ମାମଲା 2019 ରେ ରୁଜ୍ଜୁ ହୋଇଥିଲା ଏବେ ଏହି ମାମଲାରେ ରାହୁଲ ଜାମିନରେ ଅଛନ୍ତି । ଶୁକ୍ରବାର ସୁରଟ କୋର୍ଟ ରାହୁଲକୁ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଥିବାବେଳେ । ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।

ରାହୁଲ ଏହି  ମନ୍ତବ୍ୟ ଦେଇଥିବାବେଳେ କେରଳର ୱାୟାନାଡରୁ ଏମପି ଭାବେ ନିଯୁକ୍ତି ଥିଲେ ଏବଂ ସେତେବେଳେ ଏହି ମୋଦି ସରନେମଙ୍କୁ ନେଇ ବିବାଦିୟ ମନ୍ତବ୍ୟ ଦେଇଥିଲେ । ତେବେ ଏହି ମନ୍ତବ୍ୟ ପାଇଁ ରାହୁଲ କୋର୍ଟର ଦ୍ୱାରସ୍ତ ହୋଇ 2ବର୍ଷ ପାଇଁ ଜେଲ ଦଣ୍ଡାଦେଶ ପାଇଥିଲେ । କିନ୍ତ ସେ ଏବେ ଏହି ସମ୍ବନ୍ଧରେ ଆବେଦନ ପାଇଁ କୋର୍ଟ ତାଙ୍କୁ 30 ଦିନ ସମୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *