କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ:  ଲୋକଙ୍କୁ ଏକାଠି କରିବାକୁ ସେପ୍ଟେମ୍ୱର ମାସରୁ ରାହୁଲ ଗାନ୍ଧୀ ଆରମ୍ଭ କରିଥିବା ଭାରତ ଯୋଡ ଯାତ୍ରା ଆଜି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ଆଜି ସକାଳୁ ରାହୁଲ ଦିଲ୍ଲୀରେ ପଦଯାତ୍ରା ଆରମ୍ଭ କରିବା କ୍ଷଣି ଶତାଧିକ ଲୋକ ଏଥିରେ ସାମିଲ ହୋଇଥିଲେ। ସୋନିଆ ଗାନ୍ଧୀ ମଧ୍ୟ ରାହୁଲଙ୍କ ପାଦରେ ପାଦ ମିଶାଇ ରାଜଧାନୀର ରାଜରାସ୍ତାରେ ଚାଲୁଥିବା ଦେଖିବାକୁ ମଳିଥିଲା ।

ଦିଲ୍ଲୀରେ ଏଣ୍ଟ୍ରି କରିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଭାରତ ଯୋଡ ଯାତ୍ରାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ। କେତେକ ବ୍ୟକ୍ତି ଘୃଣାର ପ୍ରସାର କରୁଛନ୍ତି। ପ୍ରତ୍ୟେକ ରାଜ୍ୟରେ ଲକ୍ଷ ଲକ୍ଷ ଜନତା ଯାତ୍ରାରେ ଯୋଗ ଦେଇଛନ୍ତି। ଆମେ ୩ ହଜାର କିଲୋମିଟରରୁ ବି ଅଧିକ ଚାଲି ସାରିଲୁଣି । କିନ୍ତୁ ଏବେବି ମୁଁ ଥକିନି। ଆପଣମାନଙ୍କ ଘୃଣା ବଜାରରେ ଆମେ ପ୍ରେମର ଦୋକାନ ଖୋଲିବୁ। ନିର୍ବାଚିତ ହୋଇଥିବା ଲୋକେ ମଧ୍ୟ ଘୃଣାର ପ୍ରସାର କରୁଛନ୍ତି। ଆମେ ଯୁଆଡ଼େ ଗଲୁ, ଆମକୁ ଭଲପାଇବା ମିଳିଲା। ଏହି ଯାତ୍ରା ଭୟ, ଘୃଣା, ବେକାରୀ ଏବଂ ମୁଦ୍ରାସ୍ଫୀତି ବି‌ପକ୍ଷରେ। ଆର୍‌ଏସ୍‌ଏସ୍‌ଭୟ ପ୍ରସାର କରିବା ପରେ ତାକୁ ଘୃଣାରେ ପରିଣତ କରୁଛି। ଆମେ ଘୃଣା ପ୍ରସାର କରୁ ନ ଥିବାରୁ ଭୟ କରନ୍ତୁ ନାହିଁ। ଯାତ୍ରାକୁ ଅଟକାଇବା ପାଇଁ ନାନା ବାହାନା ଖୋଜୁଛନ୍ତି ସରକାର କିନ୍ତୁ ଆମେ ଅଟକିବୁ ନାହିଁ ବୋଲି ସେ କହିଛନ୍ତି। ଆଜି ଦିଲ୍ଲୀରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ପ୍ରବେଶ କରିବା ପରେ ଏଭଳି କିଛି କହି ସରକାରକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ସେପଟେ ରାହୁଲଙ୍କ କାଉଣ୍ଟର ଆଟାକ କରିଛି ଭାଜପା। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଚୀନ୍ , କୋରିଆ ଏବଂ ଜାପାନରେ କୋଭିଡ ମାମଲା ଦ୍ରୁତ ଗତିରେ ବଢୁଛି କିନ୍ତୁ କଂଗ୍ରେସ କେବଳ ଗୋଟିଏ ପରିବାରକୁ ନେଇ ଚିନ୍ତିତ। କୋଭିଡ ପ୍ରୋଟୋକଲ୍ ଅନୁସରଣ କରିବାର ସମୟ ଆସିଛି। ରାହୁଲ କିମ୍ୱା ଅନ୍ୟ କଂଗ୍ରେସ ନେତା ଯେଉଁମାନେ ହିମାଚଳ ସିଏମଙ୍କ ସହ ଯୋଗାଯୋଗରେ ଆସିଥିଲେ ଏବଂ ଯେଉଁମାନଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା, ତାଙ୍କର କ୍ୱାରେଣ୍ଟାଇନ ହୋଇଛି କି? ବୋଲି ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି ଠାକୁର।

ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡଯାତ୍ରା ଦିଲ୍ଲୀରେ ପ୍ରବେଶ କରିଥିବାବେଳେ ଦେଶର ରାଜଧାନୀ ଦିଲ୍ଲୀରେ ଆଜି କଂଗ୍ରେସର ମେଗା ଶୋ’ ଚାଲିଛି । ବଦରପୁର ବର୍ଡରରୁ ହଜାର ହଜାର ଲୋକଙ୍କ ସହ ଦିଲ୍ଲୀ ରାସ୍ତାରେ ଚାଲୁଛନ୍ତି ରାହୁଲ । ଦିଲ୍ଲୀ ରାଜରାସ୍ତା ଜନସମୁଦ୍ର ପାଲଟିଯାଇଛି। କଂଗ୍ରେସ କର୍ମୀ, ସାଧାରଣ ଜନତା ଓ ସେଲିବ୍ରେଟି ଉତ୍ସାହର ସହ ରାହୁଲଙ୍କ ଯାତ୍ରାରେ ସାମିଲ ହେଉଛନ୍ତି । ୧୦୭ ଦିନରେ ପ୍ରାୟ ୩ହଜାର କିଲୋମିଟର ଯାତ୍ରା କରି ରାହୁଲ ଦିଲ୍ଲୀରେ ପହଞ୍ଚିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *