ରାଜ୍ୟରେ ପୁଣି ମିଳିବ ଗହମ

ରାଜ୍ୟ ରେ ପୁଣି ମିଳିବ ଗହମ। ରାସନ୍ କାର୍ଡ ହିତାଧିକାରୀଙ୍କୁ  ଚାଉଳ ସହ ଗହମ ଦିଆଯିବ । ଅକ୍ଟୋବର ମାସରୁ ଏହି ବ୍ୟବସ୍ଥା ଲାଗୁ ହେବ। ପୁର୍ବ ସରକାର ଗହମ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କୁ ମନା କରିଥିଲେ। ବର୍ତ୍ତମାନ୍ ଅଧିକାଂଶ ଲୋକ ରୁଟି ଖାଇବା ଆରମ୍ଭ କରିଥିବାରୁ ରାଜ୍ୟ ସରକାରଙ୍କ ଅନୁରୋଧ କୁ ରଖି କେନ୍ଦ୍ର ସରକାର ୨୦ ପ୍ରତିଶତ ଗହମ ଦେବାକୁ ରାଜି ହୋଇଛନ୍ତି। ଗୋଟିଏ ପରିବାରକୁ କୋଟାର ୨୦ ପ୍ରତିଶତ ଗହମ ଦିଆଯିବାର ବ୍ୟବସ୍ଥା କରାଯିବ। ହିତାଧିକାରୀ ନିଜ ଇଚ୍ଛାରେ ଅଧିକ ଗହମ ନେବାକୁ ଚାହିଁଲେ ସେ ବାବଦରେ ଅଧିକାରୀ ବିଚାର କରି ନିଷ୍ପତ୍ତି ନେବେ।

ବର୍ତ୍ତମାନ ଚାଲୁରହିଛି E KYC ପ୍ରକ୍ରିୟା ପ୍ରଯ୍ୟାପ୍ତ ସମୟ ଦିଆଯାଇଛି ।EKYC ସରିଲା ପରେ ମିଳିବ ନୂତନ ରାସନ କାର୍ଡ ।ଆଧାରକାର୍ଡ଼ ନଥିଲେ ମିଳିବନି ରାସନକାର୍ଡ। ଯେଉଁମାନଙ୍କ ଆଧାରକାର୍ଡ ନାହିଁ ସେମାନେ ଆଧାରକାର୍ଡ଼ କରିବା ପରେ ସାମିଲ ହେବେ । ରାଜ୍ୟରେ ବହୁ ପରିମାଣରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ବିଭିନ୍ନ ରାଜ୍ୟରେ ବନ୍ୟା ଯୋଗୁଁ ପିଆଜ ଦର ବଢ଼ିଛି। ନାଫେଡ ଜରିଆରେ ଲୋକଙ୍କୁ କିଛି ସ୍ଥାନରେ ସୁଲଭ ଦର ରେ ପିଆଜ ଯୋଗାଇ ଦିଆଯାଇଛି। ଅଧିକ ସ୍ଥାନରେ ସୁଲଭ ଦର ରେ ଦେବାକୁ ବ୍ୟବସ୍ଥା କରାଯାଇଛି।

ଆସନ୍ତା ଅକ୍ଟୋବର ମାସରୁ ମିଳିବ ଗହମ। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଙ୍କ ସହ କଥା ହୋଇଛି। ପୂର୍ବ ସରକାର ଗହମ କଥା ମନା କରିଦେଇଥିଲେ। ସେ କହିଥିଲେ ଆପଣଙ୍କ ସରକାର ମନା କରିଥିଲେ। ଏବେ ଅର୍ଡର୍ ଆସିଛି। ମୁଣ୍ଡ ପିଛା ଏକ ପଞ୍ଚମାନାଶ ପାଇବେ। ୨0 ପ୍ରତିଶତ ଗହମ ପାଇବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *