ତିନିମାସ ମଧ୍ୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି। ଆସନ୍ତା ଡିସେମ୍ବର ୧୭ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏନେଇ ଛତିଶାନିଯୋଗ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏବଂ ASI ସୁପ୍ରିଟେଣ୍ଡେଣ୍ଟ ଡି ବି ଗଡ଼ନାୟକ। ଦ୍ୱିତୀୟ ଭୋଗମଣ୍ଡପ ପରଠାରୁ ଏଏସଆଇ ଦୈନିକ ୫ଘଣ୍ଟା ମରାମତି କରିବ। ଦିନ ୧୨.୩୦ରୁ ଅପରାହ୍ନ ୫ଟା କିମ୍ବା ୬ଟା ପର୍ଯ୍ୟନ୍ତ ଚାଲିବ ମରାମତି କାର୍ଯ୍ୟ। ଶନିବାର, ରବିବାର କିମ୍ବା ୩୧ ଡିସେମ୍ବର ଅର୍ଥାତ ଭିଡ ସମୟରେ ମରାମତି ହେବନାହିଁ। ରତ୍ନଭଣ୍ଡାର ମରାମତି ସମୟରେ ବାହାର କାଠରୁ ଭକ୍ତ ମାନେ ଦର୍ଶନ କରିବେ। ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଗୁରୁତ୍ୱ ଦିଆଯିବ। ଏନେଇ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now