କର୍ଣ୍ଣାଟକ: କଂଗ୍ରେସ ଅଧ୍ୟକ୍ଷଙ୍କ ବୟାନ ପରେ ସରଗରମ ରାଜ୍ୟ ରାଜନୀତି

Spread the love

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ମଙ୍ଗଲୁରୁ ଅଟୋ ବ୍ଲାଷ୍ଟ ଉପରେ ଦେଇଥିବା ବୟାନ ପରେ ରାଜ୍ୟରେ ରାଜନୀତି ସରଗରମ। ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ  କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତଥା ରାହୁଲ ଗାନ୍ଧୀଙ୍କୁ  ସେମାନେ ଆତଙ୍କବାଦୀଙ୍‌କ ପକ୍ଷରେ ନା ଦେଶ ଭକ୍ତଙ୍କ ପକ୍ଷରେ ବୋଲି ପ୍ରଶ୍ନ କରିଛନ୍ତି।

କୁହାଯାଇ ପାରେ କି, କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ଅଭିଯୋଗ ଆଣିଥିଲେ କି, ମଙ୍ଗଲୁଜୁ ଅଟୋ ବ୍ଲାଷ୍ଟ ବିଜେପି ସରକାରର ଷଡଯନ୍ତ୍ରର ଅଂଶ। ଯେମିତି ଭୋଟର ଡାଟା ଚୋରି ଘୋଟାଲାରୁ ଲୋକଙ୍କ ଧ୍ୟାନ ହଟିଯିବ। ଏହି ବୟାନକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛି ରାଜ୍ୟ ବିଜେପି। ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ କହିଛନ୍ତି କି, କଂଗ୍ରେସ ପୂର୍ବରୁ ମଧ୍ୟ ଆତଙ୍କବାଦୀ ଘଟଣାକୁ ଗୁରୁତ୍ବର ସହ ନେଇ ନ ଥିଲା ଓ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିଲା। ଏହା କଂଗ୍ରେସର ଅଂଶ ବିଶେଷ। ଏମାନେ ଆତଙ୍କୀଙ୍କୁ ଫାଶି ଦେବାକୁ ସମାଲୋଚନା କରିଥାନ୍ତି।

ଏହା ନିର୍ବାଚନ ପାଇଁ କଂଗ୍ରେସର ତୁଷ୍ଟିକରଣ ରଣନୀତିର ଅଂଶ ବୋଲି ବୋମ୍ମଇ କହିଛନ୍ତି। କଂଗ୍ରେସ ନେତାମାନଙ୍କୁ ଲାଗୁଛି  ଏହି ପ୍ରକାର ବୟାନ ଦ୍ବାରା ସେମାନଙ୍କୁ ଅଳ୍ପସଂଖ୍ୟକଙ୍କ ଭୋଟ ମିଳିବ। ସେମାନେ ସେହି ପୁରୁଣା ରଣନୀତି ଆପଣେଇଛନ୍ତି। କିନ୍ତୁ ଲୋକେ ବେଶ ସଜାଗ ଅଛନ୍ତି। ଏପରି ଚାଲ ଚଳିବ ନାହିଁ। ଏଥିସହ ମୁଖ୍ୟମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜ୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀକୁ ଏହା ସ୍ପଷ୍ଟ କରିବା ଜରୁରୀ କରିବା ଦରକାର କି ସେମାନେ ଆତଙ୍କବାଦୀଙ୍କ ସପକ୍ଷରେ, ଯେଉଁମାନେ ଶାନ୍ତି ଓ ବ୍ୟବସ୍ଥାକୁ ଶେଷ କରିବାକୁ ଚାହୁଁଛନ୍ତି। ଦେଶ ସେବା କରୁଥିବା ଦେଶଭକ୍ତଙ୍କ ପକ୍ଷରେ।

କଂଗ୍ରେସ ନେତା ଡିକେ ଶିବକୁମାର ଗୁରୁବାର ଗଣମାଧ୍ୟମକୁ ମଙ୍ଗଲୁରୁରେ ନଭେମ୍ବର ୧୯ରେ ହୋଇଥିବା ବିସ୍ଫୋଟନ ଉପରେ ପ୍ରଶ୍ନ ଉଠାଇଥିଲେ କି, କିଏ ଡିଜିପିଙ୍‌କ ବିନା ଯାଞ୍ଚ ର ଘୋଷଣା କରିବାକୁ କହିଥିଲେ କି, ଏହା ଆତଙ୍କବାଦୀ କୃତ୍ୟ?

Leave a Reply

Your email address will not be published. Required fields are marked *