ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ଷ ବର୍ଷ ଧରି ତିକ୍ତତା ପରିସ୍ଥିତି ଲାଗିରହିଛି । ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ମଧ୍ୟ ନାହିଁ । ତେବେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଗସ୍ତରେ ଯାଉଛନ୍ତି । ପାକିସ୍ତାନରେ ଚଳିତ ବର୍ଷ ସିଇଓ ଅର୍ଥାତ (ସାଙ୍ଘାଇ କରପୋରେସନ ଅରଗାନାଇଜେସନ୍) ରେ ଯୋଗ ଦେବା ପାଇଁ ପାକିସ୍ତାନ ଯାତ୍ରା କରିବେ । ଅକ୍ଟୋବର ୧୫ ଓ ୧୬ ରେ ଏହି ବୈଠକ ରହିଥିବା ବେଳେ ଚୀନ ଓ ଋଷ ଭଳି ଦେଶ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବ ।
ଏହାକୁ ନିଶ୍ଚିନ୍ତ କରି ବୈଦେଶିକ ବ୍ୟପାର ମନ୍ତ୍ରାଳୟ କହିଛି ଯେ ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଅବଶିଷ୍ଟ କାର୍ଯ୍ୟକ୍ରମ ବିଷୟରେ ପରେ ସୂଚନା ଦିଆଯିବ । ଆପଣଙ୍କୁ ଜଣାଇଦେଉଛୁ ଯେ ଭାରତ ବ୍ୟତୀତ ଚୀନ , ଋଷ ପାକିସ୍ତାନ , କାଜାଖସ୍ତାନ , କିର୍ଗିଜିସ୍ତାନ ଏବଂ ଉଜବେକିସ୍ତାନ ଭଳି ଦେଶ ମଧ୍ୟ sSEO ଅନ୍ତର୍ଭୁକ୍ତ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now