ଭୁବନେଶ୍ୱର: ୨୦୨୪ରେ ଓଡ଼ିଶାରେ ବିଜେପି ସରକାର କରିବ। ଏହାକୁ ନେଇ ଏକ ସ୍ପଷ୍ଟ ଚିତ୍ର ଏବଂ ଗୁରୁ ମନ୍ତ୍ର ଦେଇଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହାରିଚନ୍ଦନ କହିଛନ୍ତି ଏଥିପାଇଁ ଦଳ ଦଳ ପ୍ରସ୍ତୁତ । ଏହି ପ୍ରକ୍ରିୟାରେ ଅମିତ ଶାହଙ୍କ ମାର୍ଗଦର୍ଶନ, ସହଯୋଗ ଏବଂ ଉପସ୍ଥିତି ଆମକୁ ଆଶ୍ୱାସନା ଦେବା ଦେବ । ବାକିଆ ମିଶନ ୧୨୦କୁ ପୁଣି ଥରେ କାରୟ୍ୟଆ କରିବା ନେଇ ଦେଇଛନ୍ତି ଗୁରୁ ମନ୍ତ୍ର। ବୁଥକୁ ସଶକ୍ତ କରିବା, ବୁଥର ପୁନରବିନ୍ୟାସ, ତୃଣମୂଳ ସ୍ତରରେ ଦଳକୁ ସଂଗଠିତ କିଭଳି କରି ହେବ ତା ଉପରେ ଶାହାଙ୍କ ଗୁରୁମନ୍ତ୍ର ସହାୟକ ହେବ। ଅମିତ ଶାହଙ୍କ ମୁହଁରୁ ଦଳର ନେତା ଏସବୁ ଶୁଣିବା ପରେ ଆହୁରି ସକ୍ରିୟ ଏବଂ ଦକ୍ଷତାର ସହ କାମ କରିବେ। ଦଳ ଆଗକୁ ଯିବ ବୋଲି ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।
ବିକାଶ ଏବଂ ଗଣତନ୍ତ୍ରିକ ପ୍ରକ୍ରିୟାରେ ରାଜ୍ୟ ଏବଂ କେନ୍ଦ୍ର ଭିତରେ ଶାସନ କରୁଥିବା ଦୁଇଟା ଦଳ ମଧ୍ୟରେ ଯେତେ ମତ ପାର୍ଥକ୍ୟ ଥିଲେ ମଧ୍ୟ ବାସ୍ତବ ଚିତ୍ରରେ ସାଧାରଣ ସୌହାଦ୍ର୍ଦ୍ୟ ନିଶ୍ଚୟ ରହିବ। ତେଣୁ ସେଥିରେ ବୈଚିତ୍ର୍ୟର କିଛି ନାହିଁ। ସେଥିପାଇଁ ରାଜ୍ୟକୁ ତଳିତଳାନ୍ତ କରି, ସାଧାରଣ ଲୋକଙ୍କ ସ୍ୱାର୍ଥକୁ ହାନୀ କଲେ ତାକୁ ବରଦାସ୍ତ କରାଯିବନି। କେନ୍ଦ୍ର ନେତୃତ୍ୱ ଏବଂ ରାଜ୍ୟ ବିଜେପି ସ୍ପଷ୍ଟ ଓଡିଶା ବା ଓଡିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯିବ ନାହିଁ। କୌଣସି ବୁଝାମଣା ନାହିଁ, ଭାରତୀୟ ଜନତା ପାର୍ଟି ଏହି ଲଢେଇକୁ ନିର୍ଣ୍ଣାୟକ ଲଢେଇ ଭାବି ଲଢ଼ିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now