ଆଶୀଷ ମିଶ୍ରା ଜାମିନ ଆବେଦନ: ୟୁପି ସରକାରକୁ ନୋଟିସ

Spread the love

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ହିଂସା ମାମଲାରେ ଅଭିଯୁକ୍ତ ଆଶୀଷ ମିଶ୍ରାଙ୍କ ଜାମିନ ଆବେଦନ ଉପରେ ୟୁପି ସରକାରକୁ ସୁପ୍ରିମ କୋର୍ଟ କରିଛନ୍ତି ନୋଟିସ। ରାଜ୍ୟ ସରକାରକୁ ନୋଟିସର ଜବାବ ୨୬ ସେପ୍ଟେମ୍ବର ମଧ୍ୟରେ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ। ଏହି ମାମଲାରେ ୨୬ ସେପ୍ଟେମ୍ବରରେ ହେବ ଆଗାମୀ ଶୁଣାଣି।

ମାମଲାର ଶୁଣାଣି କାଳରେ ମିଶ୍ରାଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟଙ୍କୁ ଜଣାଇଛନ୍ତି କି, ରାସ୍ତାଟି ସଂକୀର୍ଣ୍ଣ ଥିଲା। ସେଠାରେ ପ୍ରବଳ ଭିଡ ସହ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ଆନ୍ଦୋଳନକାରୀ ଗାଡିର ଡ୍ରାଇଭର ଓ ଅନ୍ୟ ଦୁଇ ଆରୋହୀଙ୍କୁ ବାହାରକୁ ଟାଣି ନେଇ ପିଟିପିଟି ମାରି ଦେଇଥିଲେ।

ସେ ଆହୁରି କହିଛନ୍ତି କି, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମେଳ ଖାଉ ନାହିଁ। କିଛି କହୁଛନ୍ତି, ଦ୍ରୁତଗାମୀ କାର ଆନ୍ଦୋଳନକାରୀଙ୍କୁ ଧକ୍କା ଦେଇଥିଲା, କିଛି କହୁଛନ୍ତି, ଲୋକମାନେ କାରକୁ ଅଟକାଇ କାର ଭିତରୁ ୩ ଜଣଙ୍କୁ ଟାଣି ନେଇ ମାରିଦେଇଥିଲେ।

ଓକିଲ ଆହୁରି କହିଛନ୍ତି କି, ଏଫଆଇଆରରେ ଉଲ୍ଲେଖ ରହିଛି, ଆଶିଷ କାରରେ ବସିଥିଲେ ଯେତେବେଳେ ହଙ୍ଗାମା ହୋଇଥିଲା। ସେ କାର ଭିତରୁ ଥାଇ ଖାଲି ଗୁଳି ଚରାଇଥିଲେ। ଏହା ପରେ ଆଖୁ ବିଲରେ ପିସ୍ତଲକୁ ଲୁଚାଇ ଦେଇଥିଲେ, ଯେତେବେଳେ କି, ପରେ ଜଣେ ସାଡ଼ୀ କହିଛି କି, ସେ ପ୍ରତ୍ୟକ୍ଷଦର୍ଶୀ ନଥିଲା।

ଏହା ବ୍ୟତୀତ ଘଟଣାସ୍ଥଳରୁ କୌଣସି ଗୁଳି କି ଖୋଖା ମିଳିନାହିଁ। ନାହିଁ କେହି ଗୁଳିରେ ଆହତ ହୋଇଛନ୍ତି। ଅଭିଯୋଗ କି, ଆଶିଷ କାର ଚଳାଉଥିଲେ। ହାଇକୋର୍ଟରେ ମଧ୍ୟ ଏସବୁ ଦିଗକୁ ପରୀକ୍ଷା କରାଯାଇ ନାହିଁ।

ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବର ୩ ତାରିଖରେ ଚାଷୀ ଆଇନକୁ ନେଇ ବିରୋଧରେ ବହୁ ଚାଷୀ ସଡକରେ ଆନ୍ଦୋଳନ କରୁଥିଲେ। ସେହି ସମୟରେ କେନ୍ଦ୍ର ମନ୍ତ୍ରୀ ଓ ସ୍ଥାନୀୟ ସାଂସଦ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ସେଠାକୁ କାରରେ ଯାଇ ଆନ୍ଦୋଳନକାରୀଙ୍କ ଉପରେ କାର ମଡାଦେଇଥିଲେ, ଯେଉଁଥିରେ ୪ ଜଣ ଚାଷୀଙ୍କ ସହ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଆଶୀଷଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଥିଲା, ଯେଉଁଥିରେ ପରେ ତାଙ୍କୁ ଜାମିନ ମିଳିଥିଲା। କିନ୍ତୁ ବିରୋଧରେ ସୁପ୍ରିମ କୋର୍ଟରେ ଯାଚିକା ଦାୟର ହେବା ପରେ ଆଲାହାବାଦ ହାଇକୋର୍ଟ ମାମଲାର ନୂଆ ରୂପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇ ଜାମିନକୁ ରଦ୍ଦ କରିଦେଇଥିଲେ।

Leave a Reply

Your email address will not be published. Required fields are marked *