ସିନ୍ଧେଙ୍କ ଖାତାରେ ୧୬୪

Spread the love

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଆଜି ଏକନାଥ ସିନ୍ଧେ ଫ୍ଲୋରରେ ବହୁମତ ସାବ୍ୟସ୍ତ କରିବାରେ ସକ୍ଷମ ହୋଇଛନ୍ତି। ବିଧାନସଭାର ୨୮୮ ସିଟ ମଧ୍ୟରୁ ବହୁ ମତ ପାଇଁ ୧୪୫ ଭୋଟର ଆବଶ୍ୟକତା ପଡୁଥିବା ବେଳେ ସିନ୍ଧେଙ୍କ ଖାତାକୁ ଯାଇଛି ୧୬୪ ଭୋଟ। ବହ ଅନ୍ୟପଟେ ବିରୋଧୀଙ୍କୁ ଯାଇଛି ୯୯। ଆଜି ଏକନାଥ ସରକାରର ବିଧାନସଭାରେ ଦ୍ବିତୀୟ ଦିନ। ବହୁ ମତ ସାବ୍ୟସ୍ତରେ ଉଦ୍ଧବ ଗୋଷ୍ଠୀ ବିଫଳ ହେବା ପରେ ଆଦିତ୍ୟ ଠାକରେଙ୍କ ସମେତ ଶିବସେନାଙ୍କ ବହୁ ବିଧାୟକ ଗୃହରୁ ବାହାରି ଯାଇଥିଲେ।

ବିରୋଧୀ ବିଜେପି  ଇଡିକୁ ଲଗାଇ ବିଧାୟକଙ୍କୁ ଡରାଇବା କହିଆସୁଥିବା ବେଳେ ସୋମବାର ବିଧାନ ସଭାରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏହି ସରକାରକୁ ଇଡି ସରକାର କହିଛନ୍ତି। ଫଡନବିସ କହିଛନ୍ତି, ଇ ଅର୍ଥ ଏକନାଥ ଓ ଡି ଅର୍ଥ ଦେବେନ୍ଦ୍ର ଫଡନବିସ। ଏହି ସରକାର ଏକନାଥ ଓ ଫଡନବିସ ବା ଇଡି ସରକାର ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *