୫୩ ବିଧାୟକଙ୍କୁ ସୋ କଜ ନୋଟିସ

Spread the love

ରବିବାର ମହାରାଷ୍ଟ୍ର ବିଧାନସଭା ସଚିବ ରାଜେନ୍ଦ୍ର ଭଗୱତ ଅଭିଯୋଗ ପାଇବା ପରେ ଶିବସେନାର ଉଭୟ ଉଦ୍ଧବ ଗୋଷ୍ଠୀ ଓ ସିନ୍ଧେ ଗୋଷ୍ଠୀର ୫୩ ବିଧାୟକଙ୍କୁ ସୋ କଜ ନୋଟିସ ଜାରି କରିଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ସିନ୍ଧେ ଗୋଷ୍ଠୀର ହୋଇଥିବା ବେଳେ ୧୪ ରହିଛନ୍ତି ଉଦ୍ଧବ ଗୋଷ୍ଠୀର। ଏକ ସପ୍ତାହ ମଧ୍ୟରେ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ହୋଇଛି। ନୋଟିସକୁ ନେଇ ଭଗୱତ କହିଛନ୍ତି, ଯେବେ ବି ଆମେ କୌଣସି ଅଭିଯୋଗ ପାଇଛୁ ତା ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତେଣୁ ସେମାନଙ୍କୁ  ନୋଟିସ ଜାରି କରାଯାଇଛି ଯେଉଁମାନଙ୍କ ବିରୋଧରେ ଅଭିଯୋଗ ହୋଇଛି। ଦୁଇ ପକ୍ଷ ପରିସ୍ପର ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପାର୍ଟି ହ୍ବିପ ଅବମାନନାକୁ ନେଇ। ବାଚସ୍ପତି ନିର୍ବାଚନ ଓ ଫ୍ଲୋରରେ ବହୁମତ ସାବ୍ୟସ୍ତ ପାଇଁ ଜୁଲାଇ ୩ ଓ ୪ରେ ଉଭୟ ପକ୍ଷର କିଛି ବିଧାୟକ ଗୃହରେ ଅନୁପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *