ସନ୍ଧ୍ୟା ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ : ସୁରେଶ ପୂଜାରୀ

ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା କ୍ଷତିଗ୍ରସ୍ତଙ୍କ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଯିବ ବୋଲି  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି । ପୁର୍ଣ୍ଣଉଦ୍ଧାର କାର୍ଯ୍ୟ ଶେଷ ହୋଇଯିବ । ଲଗାଣ ବର୍ଷା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବର୍ଷା ଚିନ୍ତା ବଢାଇଛି । ଜିରୋ କାଜୁଆଲିଟି ମଣିଷ ସହ ପଶୁଙ୍କୁ କରାଯାଇଛି । ୨୨୦୦ ପ୍ରସବ ହୋଇଛି । ଭିତରକନିକା ଗଛକ ଧନ୍ୟବାଦ । ଗଛ ନଥିଲେ ବାତ୍ୟା ପ୍ରକୋପ ଅଧିକ ହୋଇଥାନ୍ତା । ଆଶା ଦିଦି ଇତିହାସ ରଚିଲେ । ୪ ଜଣ ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ସସପେଣ୍ଡ କରାଯାଇଛି । ସେଥି ମଧ୍ୟରୁ ୩ ଜଣ ପିଓ ଜଣେ ଆରଆଇ ରହିଛନ୍ତି । ଯେଉଁ ମାନେ ଖିଲାପ କରଛନ୍ତି କ୍ଷମା ନାହିଁ । ଭଲ କାର୍ଯ୍ୟପାଇଁ ପୁରସ୍କୃତ କରାଯିବ । ଆଜି ଏରିଅଲ ସର୍ଭେ କରାଯିବ ।ଘର ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଛି | ୨ ଟି ଟାୱାର ନଷ୍ଟ ହୋଇଛି | ଗୋଟିଏ ଗାଈ ସାପ କାମୁଡ଼ାରେ ମରିଛି | ଗୋଟିଏ ହେଲେ ଚୋରି ଓ ଅସଦାଚରଣର ରିପୋର୍ଟ ଆସିନି | ଚୂଡାନ୍ତ ରିପୋର୍ଟ ୭ ଦିନ ଭିତରେ ପଠାଇବୁ | କେନ୍ଦ୍ରରୁ ଟିମ ଆସିବେ ସର୍ଭେ ପାଇଁ | ୨୨ ଲକ୍ଷ ଲୋକଙ୍କୁ ବିଜୁଳି ସଂଯୋଗ ସରିଲାଣି | ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ ହେବ | ୭ ଦିନ ପର୍ଯ୍ୟନ୍ତ ରିଲିଫ ସେଣ୍ଟରରେ ଲୋକ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା ହୋଇଛି | ପଶୁମାନଙ୍କୁ ଭ୍ୟାକସିନ ପାଇଁ ବ୍ୟବସ୍ଥା ହୋଇଛି | ବନ୍ୟା ପାଇଁ ମୟୁରଭଞ୍ଜ ବୁଢାବଳଙ୍ଗ ଉପରେ ନଜର ରଖିଛୁ | 

ସେପଟେ କୃଷି ଭବନରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ନେଇ ଚାଲିଛି ସମୀକ୍ଷା । କୃଷି ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନେ ଭିସି ଜରିଆରେ ବୈଠକରେ ସାମିଲ ହୋଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *