ସସପେଣ୍ଡ ହେଲେ ବାହିନୀପତି

ସସପେଣ୍ତ ହେଲେ ତାରାପ୍ରସାଦ ବାହିନୀପତି। ବିଧାନସଭାରେ ହାତାହାତି ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରାବାହୀନି ପତି ଙ୍କୁ ୭ ଦିନ ଲାଗି ସସପେଣ୍ଡ କରାଯାଇଛି । ଗତକାଲି ବିଧାନସଭାରେ ତାରା ବାଚସ୍ପତିଙ୍କ ପୋଡିୟମ ମାଇକ ଭାଙ୍ଗି ଦେଇଥିଲେ । ମଙ୍ଗଳବାର ମଧ୍ୟ ଗୃହରେ ହଙ୍ଗାମା ହୋଇଥିଲା ।ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ଗୃହ ଅଚଳ ହୋଇଥିଲା । ଏହା ସହିତ ଜୟନାରାୟଣ ଓ ତାରା ହାତାହାତି ମଧ୍ୟ ହୋଇଥିଲେ । ବିରୋଧୀ ଦଳ କଂଗ୍ରେସ ଓ ବିଜେଡି ହଙ୍ଗମା କରିବାରୁ ଗୃହ ମୁଲତବୀ କରିଥିଲେ ବାଚସ୍ପତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *