୨୦ କୋଟି ଘର ଉପରେ ଉଡିବ ଜାତୀୟ ପତାକା

Spread the love

ଦେଶର ୨୦ କୋଟି ଘର ଉପରେ ଉଡିବା ଜାତୀୟ ପତାକା । ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଏଭଳି ଯୋଜନା କରିଛନ୍ତି ଭାରତ ସରକାର । “ହର ଘର ତିରଙ୍ଗା” କାର୍ଯ୍ୟକ୍ରମ ଅଧୀନରେ ଆସନ୍ତା ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ, ତିନି ଦିନ ଧରି ୨୦ କୋଟି ଘରେ ତିରଙ୍ଗା ପତାକା ଉଢାଇବାକୁ ଟାର୍ଗେଟ ନିଆଯାଇଛି । ଗୃହ ମନ୍ତ୍ରୀ ଅମିତ ଶାହା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ମାନଙ୍କୁ କୁହାଯାଇଛି ।

ପ୍ରଥମ ଥର ପାଇଁ ଲୋକ ମାନଙ୍କ ମନରେ ଦେଶପ୍ରେମ ବଢାଇବା ପାଇଁ ଏଭଳି ଯୋଜନା କରାଯାଇଥିବା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା, ଏଥିସହ ଅଗଷ୍ଟ ୧୧ ରୁ ୧୪ ମଧ୍ୟ୍ୟରେ ସାକାଳୁ ସବୁ ଗାଁ ରେ ରାଜନୈତିକ ଦଳ ସରକାରୀ ଅଫିସ ଏବଂ ଏନଜିଓ ମାନଙ୍କୁ ନେଇ ପ୍ରଭାତ ଫେରୀ କରିବାକୁ କୁହାଯାଇଛି । ଗୃହମନ୍ତ୍ରୀ ସମସ୍ତ ସରକାରୀ ୱେବ୍‌ସାଇଟ ହୋମ୍ ପେଜରେ ଜୁଲାଇ ୨୨ ତାରିଖରୁ ତିରଙ୍ଗା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମସ୍ତ ନାଗରିକ ମାନଙ୍କୁ ସେମାନଙ୍କ ଫେସବୁକ ଟୁଇଟର ଇନଷ୍ଟାଗ୍ରାମ ଆକାଉଣ୍ଟରେ ତିରଙ୍ଗା ଫଟୋ ରଖିବାକୁ ଅନୁରୋଧ କରିଛନ୍ତି । ଆଜାଦୀ କା ଅମ୍ରିତ ମହୋତ୍ସବ ର ଏକଂ ଅଂଶ ଭାବେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଗୃହମନ୍ତ୍ରୀ ସୁଚନା ଦେଇଛନ୍ତି ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *