ଦିନେ ଚଳାଉଥିଲେ ଅଟୋ, ଆଜି ଚଳାଉଛନ୍ତି ରାଜ୍ୟ,,,ଜାଣନ୍ତୁ ମୁଖ୍ୟମନ୍ତ୍ରୀ ହେବାପଛର ରହସ୍ୟ

Spread the love

ମହାରାଷ୍ଟ୍ର ରାଜନୀତି ର ହିରୋ । ଅଟୋ ଚାଳକ ଚଲାଇବେ ମହାରାଷ୍ଚ୍ର । ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହେବା ପଛର ରହସ୍ୟ । ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହେବେ ବିଜେପି ବାହାରୁ ସମର୍ଥନ ଦେବ ବୋଲି ଦେବେନ୍ଦ୍ର ଫଡନାଭିସ୍ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ।କିନ୍ତୁ କିଛି ସମୟ ପରେ ବିଜେପି ସଭାପତି ଜେ.ପି ନଡ୍ଡା ଘୋଷଣା କଲେ ଦେବେନ୍ଦ୍ର ଫଡନାଭିସ୍ ଉପ ମୁଖ୍ୟମନ୍ତ୍ରୀ ହେବେ । ସବୁବେଳେ ଯୋଜନା ଅନୁଶାସନ ଭିତରେ ରହୁଥିବା ଦଳ ରେ ଏହା ସାମାନ୍ୟ କଥା ନୁହେଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି । ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜାଣିଥିଲେ କିନ୍ତୁ ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଜାଣିନଥିଲେ । ଏଥିରୁ ଷ୍ପଷ୍ଟ ପ୍ରମାଣିତ ହେଉଛି ଯେ ଫଡନାଭିସ୍ ଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ କେଉଁଠି ନା କେଉଁଠି ଅସୁଦିଧା ରହିଥିଲା ।

ମିଡିଆ ସୁତ୍ରରୁ ମିଳିଥିବା ଖବର ଅନୁସାରେ 2024 ନିର୍ବାଚନ ପୁର୍ବରୁ କେନ୍ଦ୍ର ସରକାର ଙ୍କ ନୀତି କୁ ଲାଗୁ କରିବା ପାଇଁ ସରକାର ଜଣେ ବିଜେପି ନେତା ଙ୍କୁ ରଖିବା ପାଇଁ ଚାହୁଁଥିଲେ । ଫଳରେ ଅମଲାତନ୍ତ୍ର ଉପରେ ଅଙ୍କୁଶ ରହିବା ସହତ ସ୍ଥାୟୀ ସରକାର ପ୍ରତିଷ୍ଟା ହେବ । ଯଦି ଫଡନାଭିସ ସରକାର ରେ ରହୁନହାଁନ୍ତି ତେବେ ଅନ୍ୟ ଶକ୍ତିକେନ୍ଦ୍ର ସୃଷ୍ଟି ହେବା ସମ୍ଭାବନା ରହିପାରେ ଯାହା ଆଗକୁ ସମସ୍ୟା ହୋଇପାରେ । ସିନ୍ଧେ ଙ୍କୁ ନେଇ ବିଜେପି ର ଉଦ୍ଦେଶ୍ୟ ଷ୍ପଷ୍ଟ ଥିଲା ଶିବେସେନା ବିଧାୟକଙ୍କ ସମର୍ଥନ ମିଲିଗଲା ତ ସିନ୍ଧେ ମୁଖ୍ୟମନ୍ତ୍ରୀ ହେବେ । ମହାରାଷ୍ଟ୍ର ର ରାଜୈନିତିକ ଅସ୍ଥିରତା ଦେଖାଦେବା ସମୟରେ ଫଡନାଭିସ୍ ଦୁଇ ଥର ଦିଲ୍ଲୀ ଯାଇ ସଭାପତି ଜେ.ପି ନଡ୍ଡା ଓ ଅମିତ ଶାହା କୁ ସକ୍ଷାତ କରିଛନ୍ତି କିନ୍ତୁ ତାଙ୍କୁ କୌଣସି ସୁଚନା ନଥିଲା । ଉଦ୍ଧବ ଠାକରେ ଇସ୍ତପା ଦେବା ସମୟେର ପାର୍ଟୀ ପକ୍ଷରୁ ବଧାଇ ବାର୍ତ୍ତା ଆସିଥିଲା ଯାହାକୁ ନେଇ ସେ ଖୁସି ଥିଲେ ।

ବିଜେପି ବରିଷ୍ଟ ନେତା କହିବା ଅନୁସାରେ ଏ ସମସ୍ତ ନିଷ୍ପତ୍ତି ଦିଲ୍ଲୀ ରୁ ହୋଇଛି । ଖାଲି ସେତିକି ନୁହେଁ ବିଜେପି ଜାତୀୟ ରାଜନୀତି ସମୀକରଣ କୁ ଦୃଷ୍ଟିରେ ରଖିଛନ୍ତି । ତିନି ପ୍ରତିଶତ ବ୍ରାହ୍ମଣ ଥିବା ରାଜ୍ୟରେ ଜଣେ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହେଲେ ବିରୋଧୀ ସରକାର ଆକ୍ରମଣ କରିବେ । ଏକନାଥ ସିନ୍ଧେ ମରାଠା ସମ୍ପ୍ରଦାୟ କୁ ପ୍ରତିନିଧିତ୍ବ କରୁଛନ୍ତି । ଯାହାକି ରାଜ୍ୟର ୩୦ ପ୍ରତିଶତ । ଫଡନାଭିସ ଙ୍କ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମରାଠା ମାନେ ଜବରଦସ୍ତ ବିରୋଧ କରିଥିଲେ । ଏହା ସହିତ ଦେବେନ୍ଦ୍ର ଫଡନାଭିସ ଆଗକୁ ବଢିବା ନେଇ ଏକ ଲଗାମ ଲଗାଇବା ପାଇଁ ପାର୍ଟୀ ଚାହୁଁଥିଲା । ଫଡନାଭିସ ଙ୍କ ଲୋକପ୍ରିୟତା ଉଭୟ ରାଜ୍ୟ ଓ କେନ୍ଦ୍ର ପାଇଁ ହଜମ ହେଉନଥିଲା । ଭବିଷ୍ୟତରେ ଫଡନାଭିସ୍ ଜାତୀୟ ସ୍ତରରେ ବିଜେପି ରେ ହେବିୱେଟ୍ ହେବେନି ତଃ ସେନେଇ ଚର୍ଚ୍ଚା ହେଉଥିଲା l ରାଜନାତୀରେ କେତେବେଳେ କେଉଁ ସମୀକରଣ ତିଆରି ହେବ ତାହା କହିବା କଷ୍ଟ ।

ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *