ତିରୁପତି ମନ୍ଦିର ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ ହେଉଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ପରେ ପ୍ରସାଦର ନମୁନା ପରୀକ୍ଷା କରାଯାଇଥିଲା । ଅନୁସନ୍ଧାନ ପରେ ଆସିଥିବା ରିପୋର୍ଟରେ ମାଛ ତେଲର ସନ୍ଧାନ ନିଶ୍ଚିତ ହୋଇଛି।ବୁଧବାର ଚନ୍ଦ୍ରାବାବୁ ନାଇଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ ଯେ, ପୂର୍ବ ସରକାର ସମୟରେ ତିରୁପତି ମନ୍ଦିରର ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶିବା ଆରମ୍ଭ ହୋଇଥିଲା।ଏକ କାର୍ଯ୍ୟକ୍ରମ ସମୟରେ ନାଇଡୁ କହିଥିଲେ ଯେ, ଘିଅ ପରିବର୍ତ୍ତେ, ପ୍ରସାଦରେ ପଶୁ ଚର୍ବି ଏବଂ ଖରାପ ଗୁଣବତ୍ତା ଜିନିଷ ବ୍ୟବହାର କରାଯାଉଥିଲା। ଆମେ ଏଥିରେ ଅସଲି ଘିଅ, ପରିଷ୍କାର ପରିଚ୍ଛନ୍ନତା ଏବଂ ଉତ୍ତମ ଗୁଣର ଯତ୍ନ ନିଆଯିବା ଆମେ ନିଶ୍ଚିତ କରିଛୁ।
ନାଇଡୁଙ୍କ ଏପରି ଅଭିଯୋଗରେ କଡ଼ା ପ୍ରତିକ୍ରିୟା ରଖିଛି ୱାଇଏସ୍ଆର କଂଗ୍ରେସ। ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ୱାଇବି ରେଡ୍ଡି ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ଏପରି କରି ମୁଖ୍ୟମନ୍ତ୍ରୀ ମନ୍ଦିରର ପବିତ୍ରତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ସେ କହିଛନ୍ତି। କାରଣ ତିରୁମାଳା ପ୍ରସାଦ ଉପରେ ଏପରି ଟିପ୍ପଣୀ ଖୁବ୍ ଅଶୋଭନୀୟ। କୌଣସି ବି ବ୍ୟକ୍ତି ପ୍ରସାଦକୁ ନେଇ ଏପରି ଶବ୍ଦ ପ୍ରୟୋଗ କରିବା କିମ୍ବା ଅଭିଯୋଗ ଉଠାଇବା ଉଚିତ ନୁହେଁ।
ଚନ୍ଦ୍ରବାବୁ ନାଇଡୁଙ୍କ କଥା ପ୍ରମାଣିତ କରୁଛି ଯେ, ରାଜନୈତିକ ଲାଭ ନିମନ୍ତେ ସେ କୌଣସି ବି ସ୍ତରକୁ ଖସି ପାରନ୍ତି। ଲୋକଙ୍କ ମନରେ ତିରୁପତିଙ୍କ ପ୍ରତି ଥିବା ଆସ୍ଥାକୁ ପୁନଃ ସ୍ଥାପନ ନିମନ୍ତେ ମୁଁ ନିଜ ପରିବାର ସହ ପହଞ୍ଚି ଭଗବାନଙ୍କ ସମ୍ମୁଖରେଶପଥ ନେବାକୁ ପ୍ରସ୍ତୁତ। ଚନ୍ଦବାବୁ ନାଇଡୁ କ’ଣ ନିଜ ପରିବାର ସହ ଏପରି କରିବାକୁ ପ୍ରସ୍ତୁତ କି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ୱାଇବି ରେଡ୍ଡି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now