ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତା ଦଳିତଙ୍କୁ ଦପ୍ତରକୁ ଉଠାଇ ନେଲେ, ମୁହଁରେ ପରିସ୍ରା କଲେ, ମମତା ନିରବ କାହିଁକି – ଭାଜପା

Spread the love

କୋଲକାତା : ଶାସନ କ୍ଷମତାରେ ଅଧିଷ୍ଠିତ ତୃଣମୂଳ କଂଗ୍ରେସର ଦପ୍ତରରେ ପଶ୍ଚିମବଙ୍ଗର ଜଣେ ଦଳିତ ଯୁବକଙ୍କ ମୁହଁରେ ପରିସ୍ରା କରାଯିବା ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି(ଭାଜପା) । ସମ୍ପୃକ୍ତ ଯୁବକଙ୍କୁ ମାରପିଟ୍ ମଧ୍ୟ କରାଯାଇଛି । ପଶ୍ଚିମ ମେଦିନୀପୁରର ପୋଲିସ ଅଧିକ୍ଷକଙ୍କୁ ଏନେଇ ଏକ ଲିଖିତ ଅଭିଯୋଗ ପତ୍ର ଦିଆଯାଇଛି ।

ଭାଜପା ଆଇଟି ସେଲ୍ ର ପ୍ରମୁଖ ଏବଂ ଉତ୍ତର ବଙ୍ଗାଲର ପ୍ରଭାରୀ ଅମିତ ମାଲବୀୟ ସୋମବାର ଏନେଇ ଏକ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ଯେ, ପଶ୍ଚିମ ମେଦିନୀପୁରର ଗଢ଼ବେତା ବିଧାନସଭା ଅନ୍ତର୍ଗତ ଖୁନବେରିୟା ଗ୍ରାମରେ ରହୁଥିବା ବରୁଣ ରୁଇଦାସ ଜଣେ ଦଳିତ ସମ୍ପ୍ରଦାୟର ଅଟନ୍ତି । ପଂଚାୟତ ନିର୍ବାଚନ ଶେଷ ହେବା ପରେ ମମତା ବାନାର୍ଜୀଙ୍କ ଗୁଣ୍ଡା ମାନେ (ଶାସନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତା) ତାଙ୍କୁ ଘରୁ ଦଳୀୟ କାର୍ଯ୍ୟାଳୟକୁ ଉଠାଇ ନେଇଥିଲେ । ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ପିଟିଥିଲେ ଏବଂ ତାଙ୍କ ମୁହଁରେ ପରିସ୍ରା କରିଥିଲେ । ତାଙ୍କର ଦୋଷ କେବଳ ଏତିକି ଥିଲା ଯେ, ସେ ସ୍ଥାନୀୟ ୭୫ ନମ୍ବର ବୁଥ୍ ରେ ଭାଜପାର ପୋଲିଂ ଏଜେଣ୍ଟ ଥିଲେ । ଏଭଳି ଏକ ଅମାନବୀୟ କାର୍ଯ୍ୟ ଉପରେ ମମତା ବାନାର୍ଜୀ ନିରବ ରହିବା ଏବଂ ମାମଲାକୁ ଦବାଇବାରେ ତାଙ୍କ ପ୍ରଶାସନର ସହଯୋଗ ଅତ୍ୟନ୍ତ ଭୟାବହ ଅଟେ । ଏହା କେବଳ ରାଜନୈତିକ ହିଂସା ନୁହେଁ ବରଂ ଜାତୀୟ ଅତ୍ୟାଚାର ଅଟେ, ଯାହା ଅତ୍ୟନ୍ତ ଘୃଣାର ବିଷୟ । 

Leave a Reply

Your email address will not be published. Required fields are marked *