ନିବେଶର ସୁଅ- ନ୍ୟାୟ ଓ ନିଯୁକ୍ତି ମିଳିବ ତ?

ଉତ୍କର୍ଷ ଓଡ଼ିଶାର ପ୍ରଥମ ଦିନରେ ଉତ୍ସାହଜନକ ନିବେଶ ପ୍ରସ୍ତାବର ପ୍ରତିଫଳନ ପଡ଼ିଛି। ଓଡ଼ିଶା ନୂଆ ଆକାଙ୍କ୍ଷା, ସୁଯୋଗ ଓ ଆଶୀର୍ବାଦର ଭୂଖଣ୍ଡ ଭାବେ ନିବେଶକଙ୍କ ଭିତରେ ଭରସା ଦେଇପାରିଛି। ସର୍ବବୃହତ ବ୍ୟବସାୟିକ ସମ୍ମିଳନୀରେ ଆଦାନୀ, ଜେଏସଡବ୍ଲୁ ସର୍ବାଧିକ ପୁଞ୍ଜିନିବେଶ ଲାଗି ଆଗେଇ ଆସିଛନ୍ତି। ଏହା ସହ ମହିଳା ସଶକ୍ତିକରଣକୁ ସୁଭଦ୍ରାରୁ ମୁଦ୍ରା ସ୍କିମ୍ ବଳ ଦେବ। ମୋଦି ଗ୍ୟାରେଣ୍ଟିରୁ ଓଡ଼ିଶାରେ ଶିଳ୍ପ ସୁନାମୀ ଆସିଛି ବୋଲି କହିଛନ୍ତି ସରକାର। ଉତ୍କର୍ଷ ଓଡ଼ିଶାରେ ମହିଳାଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମହିଳାଙ୍କ ଲାଗି ହେବ ଇଣ୍ଡଷ୍ଟ୍ରିଆଲ ପାର୍କ। ଇପିକଲରେ ମହିଳା ନିବେଶକଙ୍କ ଲାଗି ସ୍ୱତନ୍ତ୍ର ସେଲ୍ ଖୋଲିବ।

କୃଷି ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ରାଜ୍ୟ ସରକାର ହଜାରେ କୋଟିରୁ ଅଧିକ ଟଙ୍କାର ସ୍ୱାକ୍ଷର କରିଛନ୍ତି। ୧୭ଟି ଏମଓୟୁ କରିଛନ୍ତି। ଡିଜିଟାଲ ମାର୍କେଟିଂ ଓ ଶୀତଳ ଭଣ୍ଡାର ନୂଆ ନୀତି ଉପରେ ବିସ୍ତୃତ ଖସଡ଼ା ପ୍ରସ୍ତୁତ ହୋଇଛି। ଏହା ସହ ଅକ୍ଷୟ ଶକ୍ତିରେ ବି ବଡ଼ ନିବେଶ ଆସିଛି। ଏମସିଏଲ, ଏନଏଲସି, ଆଇଓସିଏଲ, ଓଏନଜିସି ତ୍ରିପୁରା ଓ ଆରଇସି କମ୍ପାନୀ ସହ ଏମଓୟୁ ହୋଇଛି। ୫ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ଥିଲା ବେଳେ କେବଳ ଶକ୍ତି କ୍ଷେତ୍ରରେ ୪ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ଆସିଛି।

ହସ୍ତତନ୍ତ ଓ ବୟନଶିଳ୍ପରେ ବ୍ୟାପକ ପୁଞ୍ଜି ନିବେଶର ବାଟ ଫିଟିଛି। ଏହି ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ନୂଆ ନୀତି ଆଣିଛନ୍ତି ସରକାର। ୩୬ଟି କମ୍ପାନୀ ନିବେଶ ଲାଗି ଆଗ୍ରହ ଦେଖାଇଛନ୍ତି। ଏଥିରେ ୭ହଜାର୭୬୨ କୋଟିର ପୁଞ୍ଜିନିବେଶରେ ୮ହଜାର୮ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଉତ୍କର୍ଷ ଓଡ଼ିଶାରେ ନିବେଶର ସୁଅ ଛୁଟିଥିଲା ବେଳେ ଏସିଆର ବୃହତ ଷ୍ଟିଲ୍ ହବ୍ କଳିଙ୍ଗ ନଗରରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି କହି ବିଜେଡି ବର୍ଷିଛି। ୫ହଜାର ବିସ୍ଥାପିତଙ୍କୁ କେମିତି ନ୍ୟାୟ ମିଳିବ ବୋଲି ପ୍ରଶ୍ନ କରିଛି ବିଜେଡି। ଶିଳ୍ପ ସପକ୍ଷରେ ବିଜେଡି। କିନ୍ତୁ ଶିଳ୍ପ ନାଁରେ ସାଧାରଣ ଲୋକଙ୍କୁ ଅତ୍ୟାଚାରକୁ ବିଜେଡି ଗ୍ରହଣ କରିବନି ବୋଲି ଚେତାଇ ଦେଇଛି।

ତେବେ ସାଧାରଣ ଲୋକଟିଏ ମନରେ ଅସୁମାରି ପ୍ରଶ୍ନ। ଏତେ ନିବେଶ ଯଦି ହେବ। ସେହି ଅନୁପାତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ତ। ଏମଏସଏମଇକୁ ଏତେ ବଡ଼ ବଡ଼ ଶିଳ୍ପପତି ପ୍ରାଥମିକତା ଦେବେ ତ। ଓଡ଼ିଶାର ପ୍ରାକୃତିକ ସମ୍ପଦର ଉପଯୋଗ କରି ଲାଭବାନ୍ ହେବେ ପୁଞ୍ଜିପତି। କିନ୍ତୁ ପ୍ରତିବଦଳରେ ଓଡ଼ିଶା ପାଇବ କଅଣ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *