ଥମୁନାହିଁ ନୁପୁର ଭୂକମ୍ପ…ଝାରଖଣ୍ଡ ରେ କାଲି ହିଂସା ଆଜି 144 ଧାରା l

Spread the love

ଥମୁନାହିଁ ନୁପୁର ଭୂକମ୍ପ । ଝାରଖଣ୍ଡ ରେ କାଲି ହିଂସା ଆଜି 144 ଧାରା l ନିଲମ୍ବିତ ବିଜେପି ନେତା ନୁପୁର ଶର୍ମାଙ୍କ ଇସଲାମ ଧର୍ମ ବିରୋଧ ରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ରାଞ୍ଚିରେ ହିଂସାତ୍ମକ ରୂପ ନେଇଛି। କାଲି ଯାନବାହନ ଅଚଳ କରି ଭଙ୍ଗାରୁଜା କରାଯାଇଥିବାବେଳେ ପଥର ଫିଙ୍ଗିବା ଘଟଣା ଘଟିଥିଲା। ଆଜି ରାଞ୍ଚିର 12 ଟି ଅଞ୍ଚଳରେ 144 ଧାରା ଲଗାଇବା ସହିତ ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି l ଗତକାଲିର ବିରୋଧ ଏବଂ ହିଂସାରେ ପ୍ରଭାବିତ ହୋଇଥିବା ମନ୍ଦିର ଏବଂ ନିକଟସ୍ଥ ଅଞ୍ଚଳରେ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଇଣ୍ଟରନେଟ ସେବାକୁ ମଧ୍ୟ ସ୍ଥଗିତ ରଖିଛି l

କେବଳ ଝାରଖଣ୍ଡ ନୁହଁ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି ଅସନ୍ତୋଷ l ଅଜାନ ପାଠ ପରେ ଦିଲ୍ଲୀର ଜାମା ମସଜିଦରେ ବିରୋଧ ପ୍ରଦର୍ଶନ କରିଥିଲେ ଲୋକ l ବିରୋଧ ପାଇଁ ମସଜିଦ୍ ପକ୍ଷରୁ କୌଣସି ଆହ୍ୱାନ ଦିଆଯାଇନାହିଁ ଏବଂ ଗତକାଲି ଯେତେବେଳେ ଲୋକମାନେ ବିରୋଧ କରିବାକୁ ଯୋଜନା କରୁଥିଲେ ଆମେ ସ୍ପଷ୍ଟ ଭାବରେ ସେମାନଙ୍କୁ ମନାକରିଥିଲୁ ବୋଲି ଜାମା ମସଜିଦର ଶାହୀ ଇମାମ କହିଛନ୍ତି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ସେଠାରୁ ଲୋକଙ୍କୁ ହଟାଇ ଦିଆଯାଇଛି ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା

  • ଅଭିଷେକ ପୁରୋହିତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *