ପରାଜୟକୁ ସ୍ୱୀକାର କରୁଛୁ, ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବା ପାଇଁ ଚେଷ୍ଟା କରିବୁ – ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ୱର : ବିଜେପି ନେତା ଓ କେନ୍ଦ୍ରୀୟ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡା ଉପ ନିର୍ବାଚନରେ ବିଜେପିର ପରାଜୟକୁ ସ୍ୱୀକାର କରିବା ସହ ଆଗାମୀ ଦିନରେ ଦଳର ସଂଗଠନକୁ ଦୃଢ କରିବା ସହ ଲୋକସମ୍ପର୍କ ମାଧ୍ୟମରେ ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବା ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ – ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳକୁ ଆମେ ସ୍ୱୀକାର କରୁଛୁ । ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ଉପନିର୍ବାଚନରେ ଆମ ଦଳର ଭୋଟ ହାର ବୃଦ୍ଧି ପାଇଥିବାରୁ ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ । ଏହି ନିର୍ବାଚନରେ ଆମ ଦଳର କାର୍ଯ୍ୟକର୍ତାମାନେ ଅକ୍ଳାନ୍ତ ପରିଶ୍ରମ କରି ଭୋଟ ହାର ବଢାଇ ଥିବାରୁ ସମସ୍ତ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ । ବିଜୟୀ ହୋଇଥିବା ଦୀପାଳି ଦାସଙ୍କୁ ଅଭିନନ୍ଦନ । ଆମ ଦଳର ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କ ଉପରେ ଭରସା ରଖି ଝାରସୁଗୁଡ଼ାବାସୀ ଯେଉଁ ଆଶୀର୍ବାଦ ପ୍ରଦାନ କରିଛନ୍ତି, ଆଗାମୀ ଦିନରେ ସେ ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ । ଦଳର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ସମେତ ଲୋକସମ୍ପର୍କ ମାଧ୍ୟମରେ ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବା ପାଇଁ ଚେଷ୍ଟା କରିବୁ ।

Leave a Reply

Your email address will not be published. Required fields are marked *