ରାଜନୀତିରୁ ସନ୍ୟାସ ନେଲେ ୟେଦୁରପ୍ପା

Spread the love

ବେଙ୍ଗାଲୁର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ ୟେଦୁରପ୍ପା ରାଜନୀତିରୁ ନେଲେ ସନ୍ୟାସ। ବୁଧବାର ସେ ବିଧାନସଭାରେ ନିଜ ବିଦାୟକାଳୀନ ସ୍ପିଚ ଦେଇ କହିଥିଲେ, ଏହା ଏକ ଦୁର୍ଲଭ କ୍ଷଣ କି, ଏବେ ମୁଁ ଆଉ ନିର୍ବାଚନ ଲଢିବି ନାହିଁ। ମୋତେ କହିବାକୁ ସୁଯୋଗ ଦିଆଯାଇଥିବାରୁ ଧନ୍ୟବାଦ ବୋଲି କହିଥିଲେ ୟେଦୁରପ୍ପା।

ୟେଦୁରପ୍ପା ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ। ସେ ଆହୁରି କହିଥିଲେ କି, ଯଦି ଭଗବାନ ମତେ ଶକ୍ତି ଦିଅନ୍ତି ତ ପାଞ୍ଚ ବର୍ଷ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମୁଁ ବିଜେପିକୁ ସତ୍ତାକୁ ଆଣିବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇ ଦେବି। ମୁଁ ପୂର୍ବରୁ ବି କହିସାରିଛି କି, ମୁଁ ନିର୍ବାଚନ ଲଢିବି ନାହିଁ, ତେବେ ପ୍ରଧାନମନ୍ତ୍ରୀ ମୋଦି ଓ ଦଳ ମୋତେ ଯେଉଁ ସମ୍ମାନ ଓ ପଦ ଦେଇଛି ତାକୁ ଜୀବନ ଯାକ ଭୁଲିବି ନାହିଁ।

ୟେଦୁରପ୍ପା ନିଜ ଅଭିଭାଷଣରେ ତିନୋଟି କଥା କହିଥିଲେ। ମୋତେ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଇ ନ ଥିଲା, ମୁଁ ନିଜେ ଛାଡିଥିଲି। ବିପକ୍ଷର ଟିପ୍ପଣୀ ଭୁଲ। ବୟସାଧିକ କାରଣରୁ ମୁଁ ପଦ ଛାଡିବାର ନିଷ୍ପତ୍ତି ନେଇଥିଲି। ୨୦୨୧ରେ ୟେଦୁରପ୍ପାଙ୍କ ମୁଖ୍ୟମନ୍ତ୍ରୀ ପଦ ଛାଡିବା ଓ ବାସବରାଜ ବୋମ୍ମଇ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ବିରୋଧୀ କହିଆସୁଛି କି, ସେ କେନ୍ଦ୍ରୀୟ ନେତୃତ୍ବଙ୍କ ଚାପରେ ପଦ ଛାଡିଥିଲେ।

ସେହିପରି ସେ ଆହୁରି କହିଥିଲେ, ନିର୍ବାଚନ ନ ଲଢିବା ଅର୍ଥ ନୁହେଁ ସେ ଘରେ ବସି ରହିବେ। ବିଧାନସଭା ନିର୍ବାଚନ ପରେ ରାଜ୍ୟ ବ୍ୟାପୀ ଗସ୍ତ କରିବେ ଓ ଦଳର ଅନ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେ ଦଳ ସହ ରହିଥିବେ। ତୃତୀୟରେ ସେ ବିଜେପିର ସମସ୍ତ ବିଧାୟକମାନଙ୍କୁ କହିଥିଲେ କି, ଆଗାମୀ ନିର୍ବାଚନରେ ଆମେ ସତ୍ତାକୁ ଆସିବା। ଆମେ ପୂର୍ଣ୍ଣ ବହୁମତ ହାସଲ କରିବା। ବିଜେପି ରାଜ୍ୟରେ ସତ୍ତାକୁ ସେତିକି ସତ୍ୟ ଯେତିଚି ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଉପସ୍ଥିତି ବୋଲି କହିଥିଲେ ୟେଦୁରପ୍ପା।

ସୂଚନା ଯୋଗ୍ୟ, ଯେଦୁରପ୍ପା ଗତବର୍ଷ ଜୁଲାଇରେ ଘୋଷଣା କରିଥିଲେ କି, ସେ ନିର୍ବାଚନ ଲଢିବେ ନାହିଁ ଓ ନିଜ ଶିକାରୀପୁରା ଆସନକୁ ଖାଲି କରିଦେବେ। ଏହି ଆସନରୁ ସେ ୧୯୮୩ରେ ପ୍ରଥମ ଥର ବିଧାୟକଭାବେ ବିଜୟ ହାସଲ କରିଥିଲେ ଓ ଏହା ପରେ ସେ ୮ ଥର ଜିତିଛନ୍ତି।

Leave a Reply

Your email address will not be published. Required fields are marked *