ସୂର୍ଯ୍ୟ ଉଦୟରୁ ଅସ୍ତ ଯାଏ ନିରବି ଯାଇଥିଲା ବରଗଡ଼ ସହର I ଖାଁ ଖାଁ ଲାଗୁଥିଲା ବସଷ୍ଟାଣ୍ଡ । ଚା ଦୋକାନ ଟିଏ ବି ଖୋଲି ନଥିଲା ପୁରା ସହରରେ I ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଓ ପରେ କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣାକୁ ନେଇ ପୁରା ବରଗଡ଼ରେ ତାଲା ପକାଇଥିଲା ସଚେତନ ନାଗରିକ ମଞ୍ଚ I ସକାଳ 6 ରୁ ସନ୍ଧ୍ୟା 6 ଟା ପର୍ଯନ୍ତ ପ୍ରାୟ ୧୨ ଘଣ୍ଟା ଧରି ବନ୍ଦ ଥିଲା ପୁରା ସହର I ଜରୁରୀକାଳୀନ ସେବାକୁ ବାଦ ଦେଲେ ପୁରା ସହର ଠପ ପଡିଯାଇଥିଲା I ଏବେ ଏହି ଚିତ୍ର କୁ ଦେଖନ୍ତୁ l କେମିତି ନିଜ ବାସ ଭବନରୁ ଚାଲି ଚାଲି କୋର୍ଟ ପରିସରକୁ ଆସିଥିଲେ ଜିଲ୍ଲା ଜଜ୍ l ଏହି ସମୟର ଆନ୍ଦୋଳନକାରୀ କୋର୍ଟ ବନ୍ଦ ରଖିବାକୁ ଜିଲ୍ଲା ଜଜଙ୍କୁ ମୁଣ୍ଡିଆ ମାରି ଅନୁରୋଧ କରିଥିଲେ l ହେଲେ ଅନୁରୋଧ ଅଗ୍ରାହ୍ୟ କରିଦେବାରୁ କୋର୍ଟର ଗେଟକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଆନ୍ଦୋଳନକାରୀ l ଆଉ ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦେଖାଦେଇଥିଲା ଅପ୍ରୀତିକର ପରିସ୍ଥିତି l କିଛି ସମୟ ଧରି ଧସ୍ତାଧସ୍ତି ସ୍ଥିତି ସାମ୍ନାକୁ ଆସିଥିଲା l ଘଟଣାକୁ ଆଠ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୋଲିସ ବିଫଳ ହୋଇଥିବା କହିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ l ଅନ୍ୟପଟେ ବରଗଡ଼କୁ ବନ୍ଦ କରି ବିରୋଧୀ ରାଜନୈତିକ ମାଇଲେଜ୍ ନେବାକୁ ଚେଷ୍ଟା କରୁଛନ୍ତି ଓ ଧନୁଯାତ୍ରାକୁ ବଦନାମ କରିବାକୁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ l
ଘଟଣାରେ ସୋମବାର 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ମଧ୍ୟ ରାହୁଲ ଭୂସାଗର ନାମକ ଅନ୍ୟ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ମୁଖ୍ୟ ଅଭିଯୁକ୍ତକୁ ଫେରାର କରିବାରେ ଓ ପ୍ରମାଣ ନଷ୍ଟ କରିବାରେ ଏମାନେ ସହଯୋଗ କରିଥିବା ପୁଲିସ କହିଛି ।l ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ପୋଲିସର ୬ ଟି ଟିମ ଛାନଭିନ ଚଳାଇଛି l ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଏସପି ପି.ଏସ ମୀନା l ଏବେ ଦେଖନ୍ତୁ ଏହି ୨ ଟି ସିସି ଟିଭି ଫୁଟେଜ…..ଗୋଟିଏ ସପିଙ୍ଗ ମଲ୍ ଭିତରର ଓ ଅନ୍ୟଟି ବରଗଡ଼ ସହରର ଗାନ୍ଧୀ ଛକର l ୧୨ ତାରିଖ ଦିନ ଯୁବତୀଙ୍କ ସହ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ସହଯୋଗୀ ସପିଙ୍ଗ ମଲ ଯିବା ସହ ବାଇକରେ ବୁଲୁଥିବା ଦେଖିବାକୁ ମିଳିଛି l
ତେବେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ଏଯାଏ ପୋଲିସକୁ ସଫଳତା ମିଳିନଥିବାରୁ ପୋଲିସର ଟେନସନ୍ ବଢିଛି lଅନ୍ୟପଟେ ଆଇନଶୃଙ୍ଖଳା ଅପରାଧ ଘଟଣା ବଢୁଥିବା ବେଳେ ବରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ ସରକାରଙ୍କ ଅଡ଼ୁଆ ବଢାଇଛି ।
ସେପଟେ ବୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା ରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ । ଟିଟିଲାଗଡ଼ ରେଳ ଟେସୱନରୁ ଗିରଫ କଲା ପୋଲିସ । ବରଗଡ଼ ଏସପି ଙ୍କ ସୂଚନା ଯେ ଭାଇଯାକରୁ ଟ୍ରେନ୍ ଯୋଗେ ଫେରୁଥିଲା ଅଭିଯୁକ୍ତ । ରେଳ ଷ୍ଟେସନରେ ବରଗଡ଼ ପୋଲିସର ସ୍ବତନ୍ତ୍ର ଟିମ୍ ମାଡ଼ିବସିଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now