ବରଗଡ଼ ଜିଲ୍ଲାର ଫିରୀଙ୍ଗିମାଲ ଅଞ୍ଚଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହାତ୍ମକ ପୋଡ଼ି ଏବଂ ବୁର୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ଏହି ଘଟଣାର ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ହମିଦ ହୁସେନ ଅଧ୍ୟକ୍ଷ ଉକ୍ତ କମିଟିରେ ଥିବାବେଳେ, ଜିଲ୍ଲା ସଂଯୋଜକ ହରଦିପ ସିଂ ଙ୍କ ସମେତ ନିପନ୍ ଦାସ, ଅନନ୍ତ ପାଢ଼ୀ, କିଶୋର ଦଫାଦର, ଅଭିଶେଷ ସେଠ୍, ସୁନୀତା ବାଗ, ନିଳୀମା ଅଗ୍ରୱାଲା, ସୁଧାରାଣୀ ସାହୁ, ରବି ପଣ୍ଡା ଓ କିଶୋର ସାହୁ ସଭ୍ୟ ଭାବେ ରହିଛନ୍ତି । ଉକ୍ତ କମିଟି ଆଜି ଘଟଣା ସ୍ଥଳକୁ ଯାଇ ତାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ଦାଖଲ କରିବା ପାଇଁ ପିସିସି ସଭାପତି ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now