୩୦ ଟି ବ୍ଲକ ହେର୍ଡ କ୍ୱାଟରୁ ୫୦ ମିଲିମିଟର ଅଧିକ ବର୍ଷା ହୋଇଛି ତାର ରେକର୍ଡ କରାଯାଇଛି । ନବରଙ୍ଗପୁର ,ଅନୁଗୁଳ,ଦେବଗଡ଼,କଟକ,କନ୍ଧମାଳ, ଗଞ୍ଜାମ, ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ, ନୂଆପଡା, ଗଜପତି, ବରଗଡ଼, ରାୟଗଡା ଓ ବଲାଙ୍ଗୀରରେ ବର୍ଷା ହୋଇଛି। ଝରିଗାଓଁରେ ୧୩୧ ମିମି ବର୍ଷା ହୋଇଛି। ଅନ୍ୟ ଜାଗାରେ ବିକ୍ଷିପ୍ତ ବର୍ଷା ହୋଇଛି । ଉପର ବ୍ରାହ୍ମଣୀ ବେସିନରେ ୪୪ ମିମି, ଉପର ମହାନଦୀ ୩୫ ମିମି, ଋଷିକୂଲ୍ୟା ୩୧ ମିମି ଓ ଇନ୍ଦ୍ରାବତୀ ବେସିନିରେ ୩୦ ମିମି ବର୍ଷା ହୋଇଛି। ଏହି ବର୍ଷା ଦ୍ୱାରା ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ସମ୍ଭାବନା ଅଛି। ବର୍ତ୍ତମାନ କୌଣସି ଜାଗାରେ ବନ୍ୟା ପରିସ୍ଥିତି ନାହିଁ। ସବୁ ଜାଗାରେ ବିପଦ ସଂକୁଳ ତଳେ ଯଥେଷ୍ଟ ତଳେ ରହିଛି। ଗତ କାଲିର ବର୍ଷା କୁ ନେଇ ସମୀକ୍ଷା କରା ଯାଇଛି। ବ୍ରାହ୍ମନୀ ନଦୀରେ ରେଙ୍ଗାଲୀ ଡ୍ୟାମ ଥିବା ବେଳେ ଉପର ମହାନଦୀରେ ହୀରାକୁଦ ଡ୍ୟାମ ରହିଛି। ଯାହା ପାଣି ଆସିବ ଗେଟ ଅପରେସନ କରାଯିବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବନ୍ୟା ହୁଏ, ସେ ଅନୁସାରେ ଗେଟ ଖୋଲାଯିବ। ବ୍ରାହ୍ମଣୀ ଓ ହୀରାକୂଦ ଡ୍ୟାମର ଗେଟ ଖୋଲା ଅଛି । ସତର୍କତା ଦୃଷ୍ଟିରୁ ଜଳ ସେଚନ ବିଭାଗ ଅଛି। ଲଘୁଚାପ ବର୍ଷା ପାଇଁ ଜଳ ସେଚନ ବିଭାଗ ନଜର ରଖିଛି। ଅନ୍ୟ ବିଭାଗ ସହିତ ଯୋଗାଯୋଗରେ ଅଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now