ବସ୍ ଧକ୍କାରେ ୨ଶ୍ରଦ୍ଧାଳୁ ମୃତ

ଘରୋଇ ବସ ଦୁର୍ଘଟଣା ରେ ୨ ମୃତ । ମୃତକ ହେଲେ ପୁରୀ ବାସେଳି ସାହିର ଅମିତ ସାହୁ।ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ପାଳସହି ନିକଟରେ ଦୁର୍ଘଟଣା। ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ନାଉଗାଁ ଶିଖର ମୁଖ୍ୟରାସ୍ତା ଅବରୋଧ ହୋଇଛି l ପୁରୀ ବାସେଳୀ ସାହି ଅଞ୍ଚଳ ର 4 ଜଣ ବନ୍ଧୁ ଗୋରେଖନାଥ ପୀଠରେ ପାଣି ଢାଳି ଦର୍ଶନ ସାରି ନିଜ ଘର ଅଭିମୁଖେ ବାଇକି ଯୋଗେ ଫେରୁଥିବା ସମୟରେ ନାଉଗାଁ ପାଳସାହି ନିକଟରେ ସାଇକ୍ରିଷ୍ଣା ନାମକ ଏକ ଘରୋଇ ବସ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାସେଳୀ ସାହୁ ଗ୍ରାମର ଅମିତ ସାହୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ପଡିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାତରିତ କରାଯାଇଥିଲା l ଗୁରୁତର ଅବସ୍ଥାରେ ମୁଖ୍ୟଚିକିତ୍ସାଳୟରେ ଭର୍ତି ହୋଇ ସେଠାରେ ମୃତ୍ୟୁବରଣ କରିଛନ୍ତି । ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖା ଯାଇଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *