ନୂଆଁଖାଇ ପାଇଁ ୯ ତାରିଖ ସୋମ‌ବାର‌ ସ୍କୁଲ୍ ଛୁଟି

ଆସୁଛି ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଏବେଠାରୁ ସବୁ ଆଡେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଏହି ନୂଆଁଖାଇ ଅବସରରେ ଆସନ୍ତା ୯ ତାରିଖ ସୋମ‌ବାର‌ ଦିନ ସମସ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ଛୁଟି ଘୋଷଣା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମଙ୍ଗଳବାର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ପହଂଚିଥିଲା ନୂଆ ଧାନ। ମା’ ଙ୍କଠାରେ ଲାଗି ହୋଇଥିବା ନବାନ୍ନ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଥିଲେ। ଏହି ନୂଆ ଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରି ଚାଉଳରେ ଗୁଡ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ କରିବେ। ତେଣୁ ଏଥିପାଇଁ ଏବେଠୁ ସମ୍ବଲପୁରରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *