ଘର ଭିତରକୁ ପଶିଗଲା ବରଯାତ୍ରୀ ବସ । ଅଳ୍ପକେ ଵର୍ତ୍ତିଗଲେ ୫୦ ରୁ ଉର୍ଦ୍ଧ ଯାତ୍ରୀ । ୧୦ ରୁ ଉର୍ଦ୍ଧ ମେଡିକାଲ ରେ ଭର୍ତ୍ତି l ଗତ ବିଳମ୍ବିତ ରାତିରେ ଘଟିଛି ଅଘଟଣା l ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ମିତ୍ରପୁର ଅଂଚଳ ଅସିତ ସାହୁ ବିବାହ ପାଇଁ ଔପଦା ବ୍ଲକ ଅନ୍ତର୍ଗତ ଜହ୍ନିଆପଦା ଗ୍ରାମ ର ଗୌରାଙ୍ଗ ସାହୁ ଙ୍କ ଝିଅ ବିବାହ ପାଇଁ ଯାଉଥିଲେ l ଶ୍ରୀ ଗଣେଶ ନାମକ ଘରୋଇ ଵସରେ ୫୦ରୁ ଅଧିକ ବରଯାତ୍ରୀ ନେଇ ଯାଉଥିବା ବେଳେ ଗଣ୍ଡିଵେଡ ଔପଦା ରାସ୍ତାର ପାଣିସାଉଁଲି ଛକ ନିକଟରେ ବସ ଡ୍ରାଇଭର ର ଅସାବାଧନତା ଫଳରେ ଉକ୍ତ ଛକ ନିକଟରେ ଥିବା ଏକ ଆଜେବେଷ୍ଟ ଦୋକାନ ଭିତରକୁ ପଶି ଯାଇଥିଲା l ଧକ୍ଳା ଯୋଗୁଁ ପ୍ରଚଣ୍ଡ ଶଦ୍ଦ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ଘରୁ ବାହାରକୁ ଆସି ଭିତରେଥିବା ବରଯାତ୍ରୀ ମାନଙ୍କୁ ଉଦ୍ଧାର କରି ଖଇରା, ସୋର ଓ ଔପଦା ମେଡ଼ିକାଲକୁ ପଠାଇଥିଲେ । 10ରୁ ଅଧିକ ଯାତ୍ରୀ ଆହତ ହୋଇଥିଲାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅଵସ୍ଥା ଗୁରୁତର ଥିବାର ଜଣାପଡିଛି । ଭାରସାମ୍ୟ ହରାଇ ବସଟି ଘରକୁ ଧକା ଦେଇଥିଲା l ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିଲାଵେଳେ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

Naxatra News is now on Whatsapp
Join and get latest news update delivered to you via whatsapp
Join Now