ଝିଅକୁ ସ୍କୁଲ ନେଇ ଯିବା ବେଳେ ଦୁର୍ଘଟଣା, ମା ମୃତ,ଝିଅ ଗୁରୁତର

ଝିଅକୁ ସ୍କୁଲ ନେଇ ଯିବା ବେଳେ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ମା ମୃତ ଝିଅ ଗୁରୁତର । ତାଳଚେର ଦେଉଳବେଡା ସ୍ଥିତ ଡିଏଭି ସ୍କୁଲରେ ଝିଅକୁ ଛାଡ଼ିଯିବା ସମୟରେ ଗ୍ରୀନଗ୍ରାସ ଷ୍ଟାଡିୟମ ଠାରେ ପଛ ପଟୁ ଆସୁଥିବା ଏକ ଟ୍ରକ ସ୍କୁଟି ଉପରେ ଚଢ଼ିଯାଇଥିଲା । ଘଟଣା ସ୍ଥଳରେ ମା ପ୍ରବୀଣା ସାହୁଙ୍କର ମୃତ୍ୟୁ ଘଟିଥିଲା । ଲିଙ୍ଗରାଜ ଡିଏଭିରେ ୪ର୍ଥ ଶ୍ରେଣୀରେ ପଢୁଥିବା ୧୦ ବର୍ଷର ଝିଅ ସାନଭିକା କୁମାରୀ ସାହୁ ଗୁରୁତର ଆହତ ହୋଇଛନ୍ତି । ଆହତ ଝିଅକୁ ନିକଟସ୍ଥ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଛି । ଏମସିଏଲକୁ କ୍ଷତି ପୂରଣ ଦାବିରେ ଘଟଣା ସ୍ଥଳରେ ରାସ୍ତାରୋକ ସହ ଚାପା ଉତ୍ତେଜନା ଦେଖାଦେଇଛି । ତାଳଚେର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *