ଗଛକୁ ପିଟିଲା ଟିପ୍ପର,୨ମୃତ ଜଣେ ଗୁରୁତର

ଗୁଣପୁର ଥାନା ଅନ୍ତର୍ଗତ ଭାଲେରୀ କୁଡ଼ିଆ ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଗଛକୁ ପିଟିଲା ଟିପ୍ପର । ୨ମୃତ ଜଣେ ଗୁରୁତର ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଭାଲେରି କୁଡିଆ ନିକଟ ଭୋର ପାହାନ୍ତିଆ ରୁ ଏକ ଟିପ୍ପର ଭାରସାମ୍ୟ ହରାଇ ଏକ ଗଛ କୁ ପିଟି ହୋଇ ଯାଇଛି।ଫଳରେ ଡ୍ରାଇଭର ଆହତ ଏବଂ ଗାଡ଼ି ରେ ବସିଥିବା ୨ ହେଲେପର ଙ୍କ ମୃତ୍ୟୁ ଘଟିଥିବା ଜଣ ପଡ଼ିଛି।ଆଜି ସକାଳ ୫ଟାରେ ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚି କଟର ମାଧ୍ୟମରେ କାଟି ଉଦ୍ଧାର କରି ତାଙ୍କୁ ଗୁଣପୁର ମେଡ଼ିକାଲ ଅଣାଯାଇଛି।ଖବର ପ୍ରକାଶିତ ହେବା ପରେ ନିଜ ସମ୍ପର୍କୀୟ ମାନେ ଉପଖଣ୍ଡ ମେଡିକାଲ କୁ ଆସି ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି।ସୂଚନା ଅନୁସାରେ ଟିପର ଟି ଗୁଣପୁର ରୁ ବାଲି ଅନଲୋଡ କରି ରମାନଗୁଡ଼ା ଫେରିବା ବେଳେ ଭାଲେରି କୁଡିଆ ରେ ଦୁର୍ଘଟଣା ହୋଇଥିଲା।ଏଥିରେ ବସିଥିବା ୨ଜଣ ହେଲ୍ପର ଙ୍କ ମୃତ ଘଟିଛି ।୨ମୃତକ ହେଲେ ଆଲିକିଆ ପାତିକା ଓ ଅଜୟ ପାଲକା ଡ୍ରାଇଭର ରାମମୂର୍ତ୍ତି ପାତିକା ଗୁରୁତର ଥିବା ଜଣା ପଡିଛି।ଗୁରୁତର କୁ ପାରଳାଖେମୁଣ୍ଡି ପଠାଯାଇଛି।ମୃତକ ଓ ଆହତ ସମସ୍ତ ରମନାଗୁଡ଼ା ବ୍ଲକ ଅର୍ଜୁନଗୁଡା ଗ୍ରାମର ବୋଲି ସୂଚନା ମିଳିଛି ।ମେଡିକାଲ ପରିସରରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପୋଲିସର ତଦନ୍ତ ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *