ଶିକାରୀଙ୍କୁ ଧରିବ ଏ ଆଇ କ୍ୟାମେରା। ଶିକାରୀ ଙ୍କୁ ଧରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଆଣିଛି ଏଆଇ କ୍ୟାମେରା। ବର୍ତ୍ତମାନ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲା ରେ ଲାଗିଛି। ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଏହି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା ଶିକାରୀ ଙ୍କ ଉପରେ ତୀକ୍ଷ୍ନ ନଜର ରଖୁଛି। ଖୁବ୍ ଶୀଘ୍ର ଡେବ୍ରିଗଡ ଓ ଅନ୍ୟ ଅଭୟାରଣ୍ୟ ରେ ବି କ୍ୟାମେରା ଲାଗିବ। ଏପରିକି ଜଙ୍ଗଲ ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନ ରେ ଅସାମାଜିକ ବ୍ୟକ୍ତି ଙ୍କ ଗତିବିଧିକୁ ନଜର ରଖିବା ପାଇଁ ଏଆଇ କ୍ୟାମେରା ଲଗାଯାଇଛି ଓ ଅନ୍ୟ ଜାଗାରେ ବି ଲଗାଯିବ ବୋଲି ଜଙ୍ଗଲ ବିଭାଗ ମନ୍ତ୍ରୀ କହିଛନ୍ତି। ଜଙ୍ଗଲ ଭିତରେ ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ଏହି କ୍ୟାମେରା କାମ କରିବ ବୋଲି କହିଛନ୍ତି ମନ୍ତ୍ରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now