ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ କ୍ୟାବିନେଟ ନିଷ୍ପତ୍ତି କୁ ପୂର୍ବତନ ବିଧାୟକ ଅମର ଶତପଥୀଙ୍କ ପ୍ରଶଂସା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବି ପ୍ରଶଂସା କରିଛନ୍ତି। ଅମର ଶତପଥୀ କହିଛନ୍ତି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ବର୍ଷର ବିଚାର ଓ ଦୃଷ୍ଟିଭଙ୍ଗୀ ର ମୌଳିକ ଉପାଦାନ ଶିକ୍ଷା। ନିକଟରେ କେନ୍ଦ୍ର ୮୫ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ପାଇଁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି ହୋଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କୁ ସ୍ଵାଗତ କରିବା ସହ ଏହି ନିଷ୍ପତି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବହୁଦିନ ଲୋକଙ୍କ ମନରେ ରହିବେ ବୋଲି କହିଛନ୍ତି ଅମର । ଏହା ସହ ଯାଜପୁର ଜିଲ୍ଲାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଅମର ଶତପଥି।
Naxatra News is now on Whatsapp
Join and get latest news update delivered to you via whatsapp
Join Now