ଉନ୍ମୋଚନ ହେଲା ‘ଆମରି ଶିଶୁ’ ପୋର୍ଟାଲ। ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଏହି ପୋର୍ଟାଲ ର ଉନ୍ମୋଚନ କରିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏହି ପୋର୍ଟାଲରେ ଶିଶୁଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ଅପଲୋଡ କରିବେ ଅଙ୍ଗନୱାଡ଼ି କର୍ମୀ। ଶିଶୁଙ୍କ କାମ, ପୋଷଣ, ସୁରକ୍ଷା, ଯତ୍ନର ଟ୍ରାକ ରଖିବା ପାଇଁ ଏହା ଉନ୍ମୋଚିତ ହୋଇଛି। ଅପପୁଷ୍ଟି ମୁକ୍ତ ଓଡ଼ିଶା ଦିଗରେ ସରକାରଙ୍କ ଭିଜନ ହାସଲରେ ସହାୟତା କରିବ ଏ ପୋର୍ଟାଲ। ଶିଶୁଙ୍କ ଯତ୍ନ ଓ ବିକାଶ ଦିଗରେ ଏହି ପୋର୍ଟାଲ ବିଭାଗ ପାଇଁ ଏକ ନୂଆ ଅଧ୍ୟାୟ ହେବ । ଓଡ଼ିଶାରେ ଅପପୁଷ୍ଟି ଅଛି। ବିଭାଗ ପକ୍ଷରୁ ଅପପୁଷ୍ଟି ବ୍ଲକ୍ ଚିହ୍ନଟ କରାଯାଉଛି। ପ୍ରତି ୩ ମାସରେ ଗୋଟିଏ ଲେଖାଏଁ ବ୍ଲକକୁ ଅପପୁଷ୍ଟି ମୁକ୍ତ ଘୋଷଣା କରାଯିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now