ତାଳଚେର ଘଣ୍ଟପଡା ଗାଁ ନିକଟ ଶାନ୍ତିନଗର ଖେଳ ପଡ଼ିଆରେ ବ୍ରାଉନ ସୁଗାର ବିକ୍ରି ବେଳେ ମାଡି ବସିଲା କୋଲିୟାରୀ ଥାନା ପୋଲିସ । ୭ ଗ୍ରାମ ବ୍ରାଉନ ସୁଗାର ସହ ୨୨ହଜାର ଟଙ୍କା ଜବତ କରି ଜଣଙ୍କୁ ଗିରଫ କରିଛି କୋଲିୟାରି ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ୮୦ ହଜାର ଟଙ୍କା ହୋଇଥିବା ବେଳେ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମୋଟରସାଇକେଲ ଓ ଗୋଟିଏ ମୋବାଇଲଫୋନକୁ ଜବତ କରିଛି କୋଲିୟାରୀ ପୋଲିସ । ଗିରଫ ଯୁବକ ଜଣକ ହେଲେ ଘଣ୍ଟପଡା ଗାଁର ଅପିନ ଦାସ । ସୂଚନା ଅନୁସାରେ ଦୀର୍ଘ ଦିନ ହେବ ଘଣ୍ଟପଡା ଗାଁ ନିକଟ ଶାନ୍ତିନଗର ଠାରେ ଥିବା ଏକ ଦୋକାନ ଘରେ ବ୍ରାଉନ ସୁଗାର ବିକ୍ରି ହେଉଥିବାର ଖବର ପାଇ କୋଲିୟାରୀ ପୋଲିସ ସେଠାରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୭ ଗ୍ରାମ ବ୍ରାଉନସୁଗାର ଜବତ କରିବାରେ ସଫଳ ହେବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now