ନୂଆ ରୂପ ପାଇବ ଅଠରନଳା

ପୁରୀର ମୁଖ୍ୟ ପ୍ରବେଶ ପଥରେ ରହିଛି ଐତିହ୍ୟ ସମ୍ପର୍ଣ୍ଣ ଅଠର ନଳା। ଅଠରନଳାର ହେବ ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ସରକାର ଓ ଜିଲ୍ଲା ପ୍ରଶାସନର ଏ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପୁରୀବାସୀ। ବିଗତ ଦିନରେ ପୂର୍ବ ସରକାର ଅଠରନଳାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିଲେ ଏବଂ କୋଟି କୋଟି ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ କିନ୍ତୁ କୋଣସି ଫଳ ମିଳିନଥିଲା। ସୌନ୍ଦର୍ଯ୍ୟ ଏବଂ ଉନ୍ନତିକରଣ ନାମରେ କେବଳ ପାର୍କ ଓ କିଛି ଆଲୋକୀକରଣ କରାଯାଇଥିଲା। କିନ୍ତୁ ଅଠରନଳା କୁ ସଂଯୋଗ କରୁଥିବା ମୂଷା ନଈର ଉଦ୍ଧାର ହୋଇପାରିନଥିଲା।  ତେଣୁ ଏବେକାର ସରକାର କେବଳ ଅଠରନଳା ଓ ମୂଷା ନଈର ପୁନରୁଦ୍ଧାର ହେବ ବୋଲି କହିଲେ ହେବ ନାହିଁ  କାର୍ଯ୍ୟରେ କରିବା ପାଇଁ ସହରବାସୀ କହିଛନ୍ତି।ତେବେ ଖୁବ ଶୀଘ୍ର ପୁରୀର ଐତିହ୍ୟ ସମ୍ପର୍ଣ୍ଣ ଅଠରନଳା ନୂଆ ରୂପ ପାଇବ।

 ଏନେଇ ଫେଜ ୱାନ କାର୍ଯ୍ୟ ଜୋର ସୋର ରେ ଚାଲିଛି ଅଠରନଳା ଠାରୁ ସମୁଦ୍ରକୂଳ ପର୍ଯ୍ୟନ୍ତ ପୁରୀ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଅନ୍ୟପଟେ ଅଠରନଳାକୁ ସଂଯୋଗ କରୁଥିବା ମୂଷା ନଈର ପୁନଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ  ଖୁବ ଶୀଘ୍ର ଫେଜ ଟୁ ର କାର୍ଯ୍ୟ ଆରମ୍ଭ ହେବ। ଫେଜ 2 ରେ ଅନେକ ପ୍ରକଳ୍ପ ହାତ କୁ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି |

ତେବେ ଅଠର ନଳା ଏବଂ ମୂଷାନଈ ପାଇବ ନୂଆ ରୂପ। ଖୁବ ଶୀଘ୍ର ପୁରୀବାସୀ ଓ ପର୍ଯ୍ୟଟକ ମାନେ ଅଠରନଳାରେ ନୌବିହାର ପାଇଁ ଦେଖିଥିବା ସ୍ବପ୍ନ ପୁରା ହେବ ବୋଲି ସହରବାସୀ ଆଶା କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *