ଉପର ପଡିଆରେ ବାଲିଯାତ୍ରା ନହେବାକୁ ନେଇ ଜୋର ଧରିଲା ବିବାଦ

ଉପର ପଡିଆରେ ବାଲିଯାତ୍ରା ନହେବାକୁ ନେଇ ଜୋର ଧରିଲା ବିବାଦ । କଟକର ଅସ୍ମିତା ପାଇଁ ରାଜ ରାସ୍ତାକୁ ଓହ୍ଲାଇବ କଟକ ସ୍ୱାଭିମାନ ମଞ୍ଚ । ଜଣେ ଅଣଓଡ଼ିଆ ଅଫିସର୍ ଚଳିତ ବର୍ଷ ବାଲିଯାତ୍ରାକୁ ଶ୍ରିହୀନ କରିଥିବା ଅଭିଯୋଗ କରିଛି ମଞ୍ଚ । ବର୍ତ୍ତମାନ ଚାଲିଛି ଐତିହାସିକ କଟକ ବାଲିଯାତ୍ରା 2025 । କିନ୍ତୁ ବାଲିଯାତ୍ରାର ଆରମ୍ଭରୁ ହିଁ ଏହାକୁ ନେଇ ଲାଗି ରହିଛି ତର୍କ ବିତର୍କ । ଉପର ବାଲିଯାତ୍ରାରେ ମେଳା ହେବା ପ୍ରସଙ୍ଗକୁ ନେଇ ବହୁ ସ୍ୱର ଉଠିଥିଲେ ମଧ୍ୟ ଆଜି ଉପର ବାଲିଯାତ୍ରା ପଡ଼ିଆ କେବଳ ଗାଡ଼ି ଷ୍ଟାଣ୍ଡରେ ପରିଣତ ହୋଇଛି । ଖାଲି ସେତିକି ନୁହେଁ ବରଂ ବାଲିଯାତ୍ରା ତା’ର ପୂର୍ବ ଗୌରବ ହରାଇଛି । ଯାହାକି କଟକବାସୀଙ୍କୁ ଗଭୀର ଆଘାତ ଦେଇଚି ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି କଟକ ସ୍ୱାଭିମାନ ମଞ୍ଚ । କଟକ ମହାନଦୀ ବିହାର ସେଲିବ୍ରେସନ ମଣ୍ଡପରେ ଆୟୋଜିତ ଏହି ସମ୍ମିଳନୀରେ କଟକ ପ୍ରତି ଜିଲ୍ଲାପାଳଙ୍କ ବୈମାତୃକ ମନୋଭାବକୁ ନିନ୍ଦା କରାଯିବା ସହ କଟକର ଐତିହ୍ୟ କ୍ଷୁର୍ଣ୍ଣକୁ ନେଇ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛି ମଞ୍ଚ । ଯଦି ସରକାର ଏହି ଘଟଣା ଉପରେ ତଦନ୍ତ କରି ଜିଲ୍ଲାପାଳଙ୍କ ବଦଳି ନକରନ୍ତି ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାଇ ଦେଇଛି କଟକ ସ୍ୱାଭିମାନ ମଞ୍ଚ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *