ବରକୋଳି ଚାଷ ଦେଇଛି ଭଲ ରୋଜଗାର

କ୍ଷେତରେ ହସୁଛି ହଳଦିଆ ଗୁରୁ ଗୁରୁ ବରକୋଳି l ଓଡିଶା ମାଟିରେ ଫଳୁଛି କଲିକତି ବରକୋଳି l ମହାନଦୀ ଅବବାହିକାରେ ନିଜର ତିନ ଏକର ରୁ ଉର୍ଦ୍ଧ ଜମିରେ ବିଭିନ୍ନ ପ୍ରକାର ବରକୋଳି ଚାଷ କରି ବେଶ ଦୁଇପଇସା ଭଲ ରୋଜଗାର କରୁଛନ୍ତି ସାଲେପୁର ବ୍ଲକ ଅତୋଡ଼ା ଗ୍ରାମର ଶ୍ୟାମସୁନ୍ଦର ସ୍ୱାଇଁ l ତିନି ବର୍ଷ ହେବ କଲିକତାରୁ ବରକୋଳି ଚାରା ଆଣି ନିଜ କ୍ଷେତରେ ଲଗାଇ ଗଛ ଗୁଡିକର ସଠିକ ଭାବେ ଯତ୍ନ ନେଲା ପରେ ଏବେ ସେଥିରୁ ଏବେ ଭଲ ଅମଳ ହେଉଛି। ଗୋଟିଏ ଗଛରୁ ପୂର୍ବ ବର୍ଷ ୧୦ରୁ ୨୦ କେଜି ବରକୋଳି ଫଳୁଥିବା ବେଳେ ଚଳିତ ବର୍ଷ ଗୋଟିଏ ଗଛରୁ ପ୍ରାୟ ୪୦ରୁ ୫୦ କେଜି ଫଳୁଥିବା କଥା କହିଛନ୍ତି ଶ୍ୟାମସୁନ୍ଦର ସ୍ୱାଇଁ l

ଗଛ ଗୁଡିକର ରକ୍ଷଣାବେକ୍ଷଣା ପାଇଁ ଶ୍ୟାମସୁନ୍ଦର ୬ଜଣ ଲୋକଙ୍କୁ କାର୍ଯ୍ୟରେ ନିୟୋଜିତ କରିଛନ୍ତି l ମାଙ୍କଡ଼ ଓ ଜଙ୍ଗଲୀ ବାରହା ମାନେ ଆସି ତାଙ୍କର ଫସଲ କୁ କିଛି ମାତ୍ରାରେ ନଷ୍ଟ କରିଦେଉ ଥିବାରୁ ବନବିଭାଗ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *